ଅପରାଧଦେଶ- ବିଦେଶ

ବୁଲେଟ ପାଇଁ ବୋହୂକୁ ହତ୍ୟା

ଗୋପାଳଗଞ୍ଜ: ଯୌତୁକ ପାଇଁ ବୋହୂକୁ ହତ୍ୟା କରିଛନ୍ତି ଶାଶୁଘର ଲୋକେ । କେବଳ ସେତିକି ନୁହେଁ ପୋଲିସଠାରୁ ବଞ୍ଚିବା ପାଇଁ ମୃତଦେହକୁ ମଧ୍ୟ ପୋଡି ଦିଆଯାଇଛି । ବିହାରର ଗୋପାଳଗଞ୍ଜରୁ ଆସିଛି ଏହି ଯୌତୁକ ଜନିତ ହତ୍ୟା ମାମଲା । ଘଟଣା ଅନୁଯାୟୀ ମୃତ ମହିଳା ସୁନୀତା କୁମାରୀ  ଚେଲୱା ଗ୍ରାମର ମଞ୍ଜିତ ସାହଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଚାରି ବର୍ଷର ପୁଅ ମଧ୍ୟ ଅଛି । ତେବେ ଯୌତୁକରେ ବୁଲେଟ ବାଇକ ପାଇଁ ଦେବାକୁ ନେଇ ଶାଶୁଘର ଲୋକେ ବୋହୂକୁ ପିଟି ପିଟି ମାରିଦେଇଥିଲେ ଏବଂ ଏହାପରେ ପୋଲିସ ଠାରୁ ବଞ୍ଚିବା ପାଇଁ ଶବକୁ ପୋଡିଦେଇଥିଲେ । ମୃତ ସୁନୀତାଙ୍କ ଭାଇ କହିଛନ୍ତି ଯେ ଜୁନ୍ ୭ ତାରିଖ ଅପରାହ୍ନ ସମୟରେ ଭଉଣୀଙ୍କ ନମ୍ବରରୁ ଏକ କଲ ଆସିଥିଲା। ଯେଉଁଥିରେ ତାଙ୍କୁ ପିଟିବାର ଚିତ୍କାର ଶୁଣିବାକୁ ମିଳିଥିଲା।

ପରେ ସେ ଜୁନ୍ ୮ ତାରିଖ ସକାଳେ ଭଉଣୀଙ୍କ ଶାଶୁଘରେ ଘରେ ପହଂଚି ଦେଖିଲେ ଯେ ଘରେ କେହି ନାହାଁନ୍ତି ଏବଂ ସେ ଜାଣିବାକୁ ପାଇଥିଲେ ସୁନୀତାଙ୍କ ଶାଶୁଘର ଲୋକ ସୁନୀତାଙ୍କ ଶବକୁ ମଶାଣିରେ ପୋଡି ଦେଉଛନ୍ତି। ଗୋପାଳପୁର ପୋଲିସ ଷ୍ଟେସନରେ ମୃତ ସୁନୀତା କୁମାରୀଙ୍କ ଭାଇ ମନୋଜ ସାହାଙ୍କ ଶାଶୁଘର ସଦସ୍ୟଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି । ପୋଲିସ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ । ସାଦର ସବଡିଭିଜନର ଏସଡିପିଓ ନରେଶ ପାସୱାନ୍ କହିଛନ୍ତି ଯେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଚଢାଉ କରୁଛି। ସେପଟେ ମୃତ ମହିଳାଙ୍କ ପରିବାର ଲୋକ କହିଛନ୍ତି ଯେ ସେମାନେ ବିହାରରେ ନିଜ ଝିଅମାନଙ୍କୁ କେବେ ବିବାହ କରିବେ ନାହିଁ। ଯୌତୁକ ପାଇଁ ଝିଅକୁ ହତ୍ୟା ପରେ ପରିବାର ଗୋପାଳଗଞ୍ଜ ଏସପି ଆନନ୍ଦ କୁମାରଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *