ରାଜ୍ୟ

ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ବନସେବା ଅଧିକାରୀ ବା ଆଇଏଫଏସ ସ୍ତରରେ ବଡ ଧରଣରର ଅଦଳବଦଳ କରିଛନ୍ତି । ଏଥିରେ ୨୪ ଆଇଏଫଏସ ଅଧିକାରୀଙ୍କ ବଦଳି ହୋଇଛି । ୧୯୮୭ ବ୍ୟାଚର ଆଇଏଫଏସ ଏସ.କେ ପୋପଲିଙ୍କୁ ପିସିସିଏଫ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଆଇଏଫଏସ ଅଧିକାରୀ ଉମା ନନ୍ଦୁରୀଙ୍କୁ ଏପିସିସିଏଫ ଭାବେ ନିଯୁକ୍ତ କରାଯାଇଛି । ସେ ନୋଡାଲ ଅଫିସର ଓ ଆଡିସିନାଲ ଚାର୍ଜର ସିଇ, ଓଏମବିଏଡିସି ଭାବେ ଦାୟିତ୍ୱ ତୁଲାଇବେ । ଏହା ସହ ଆଇଏଫଏସ ଅଧିକାରୀ ପ୍ରେମ କୁମାର ଝା ଏପିସିସିଏଫ, ସିଇଓର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ରମେଶ ଚନ୍ଦ୍ର ସେଠୀଙ୍କୁ ସିସିଏଫ ଓ ପିସିସିଏଫ, ଅମିତାଭ ବର୍ମାଙ୍କୁ ସିସିଏଫ ଓ ପିଡି, ସୁଦର୍ଶନ ପାତ୍ରଙ୍କୁ କଟକର ସିଏଫ, ଅଶ୍ୱୀନ କୁମାର କରଙ୍କୁ ଭବାନୀପାଟଣାର ଆସିସିଏଫ, ସୁଦୀପ ନାୟକଙ୍କୁ ଅନୁଗୁଳ ଓଏଫଆରସି ନିର୍ଦ୍ଦେଶକ, ଅରୁଣ କୁମାର ମିଶ୍ରଙ୍କୁ ରାଉରକେଲା ଆରସିସିଏଫ, ସୁଦୀପ ନାୟକଙ୍କୁ ଅନୁଗୁଳ ଓଏଫଆରସି ନିର୍ଦ୍ଦେଶକ, ପ୍ରସନ୍ନ କୁମାର ସାହୁଙ୍କୁ ସମ୍ବଲପୁରର ସିଏଫ, ମିହିର କୁମାର ବିଶ୍ୱାଳଙ୍କୁ ସିଏଫ ଓ ପିସିସିଏଫ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଆଇଏଫଲସ ଅଧିକାରୀ କେଦାର କୁମାର ସାହୁଙ୍କୁ ଭୁବନେଶ୍ୱରର ସିଏଫ ଓ ପିସିସିଏଫ, ପ୍ରଦିପ୍ତ କୁମାର ସାହୁଙ୍କୁ ରାଜ୍ୟର ସିଏଫ ଓ ପିସିସିଏଫ, ସତ୍ୟନାରାୟଣ ବେହୁରାଙ୍କୁ ସିଏଫ ଓ ପିସିସିଏଫ, ଦିଲ୍ଲୀପ କୁମାର ସାହୁଙ୍କୁ ସିଏଫ ଓ ପିସିସିଏଫ, ହର୍ଷ ବର୍ଦ୍ଧନ ଉଦଗତଙ୍କୁ ଭୁବନେଶ୍ୱରର ଡିସିଏଫ ଓ ପିସିସିଏଫ, ସଞ୍ଜିତ କୁମାରଙ୍କୁ ନନ୍ଦନକାନନର ନିର୍ଦ୍ଦେଶକ, ସଞ୍ଜୟ କୁମାର ସ୍ୱାଇଁଙ୍କୁ କଟକର ଡିଏଫଓ, ଯଜ୍ଞଦତ୍ତ ପତ୍ତିଙ୍କୁ ରାଜନଗରର ଡିଲଫଓ, ନିତିଶ କୁମାରଙ୍କୁ ବଲାଙ୍ଗିରର ଡିଏଫଓ, ପି ଦେବିଦାଶଙ୍କୁ ସୁନ୍ଦରଗଡର ଡିଏଫଓ, ସନ୍ଦିପଙ୍କୁ କଳାହାଣ୍ଡିର ଡିଏଫଓ, ପ୍ରତାପ କୋଟପାଲିଙ୍କୁ ମାଲକାନଗିରିର ଡିଏଫଓ ଭାବେ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *