ରାଜ୍ୟ

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଆଜି ଅଦଳବଦଳ କରାଯାଇଛି । ନୀତି ରଞ୍ଜନ ସେନଙ୍କୁ ରାଜ୍ୟ ଶ୍ରମ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ପୁରୀ ଡିଆରଡିଏର ଅତିରିକ୍ତ ପିଡି, ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଯାଜପୁର ଉପଜିଲ୍ଲାପାଳ, ଯୁଗଳେଶ୍ୱରୀ ଦାସଙ୍କୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳସଚିବ, ପ୍ରଦୀପ କୁମାର ମିଶ୍ରଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *