ରାଜ୍ୟ

ଜଳୁଛି ବାଘଙ୍କ ଘର ‘ଶିମିଳିପାଳ’

ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟ, ସୁନ୍ଦର୍ ଯେମିତି ଭୟଙ୍କର ବି ସେମିତି । କାରଣ ଏଠାରେ ଅଛି ବ୍ୟାଘ୍ର ଅଭୟାରଣ୍ୟ । ଶିମିଳିପାଳରେ ୨୬୭ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳେ । ହାତୀ, ଚିତା, ବାଘ, ସମ୍ବର, ବାରହା, ଜଙ୍ଗଲୀ ବିଲେଇ, ହରିଣ ଏଭଳି ଅନେକ ପଶୁଙ୍କ ଘର ଏହି ଜଙ୍ଗଲରେ । ଏଠାରେ ୯୫ ପ୍ରଜାତିର ଅର୍କିଡ ଫୁଲ୍‌, ୪୦୦ପ୍ରଜାତିର ଔଷଧୀୟ ଫୁଲ ରହିଛି । ବିଶ୍ୱର ଅନ୍ୟ କେଉଁଠି ମିଳୁନଥିବା ୫୫ପ୍ରକାରର ଗଛ ବି ଏଠାରେ ଅଛି । ହେଲେ ୧୦ ଦିନ ଧରି ସବୁ ପଶୁ ପକ୍ଷୀ ବିପଦରେ ।

କାରଣ ହୁତୁ ହୁତ ହୋଇ ଜଳୁଛି ଅଭୟାରଣ୍ୟ । ନିଆଁକୁ ଆୟତ କରିବାକୁ ଯେତିକି ଚେଷ୍ଟା ଚାଲିଛି ନିଆଁ ବି ସେତିକି ବଢୁଛି। ଜଙ୍ଗଲରେ ନିଆଁ କାହିଁକି ଲାଗିଲା ତା’ର କାରଣ ଜାଣିବା ପାଇଁ ପିସିସିଏଫ୍‌୍ ବି ଜୋରସୋରରେ ଲାଗିଛନ୍ତି । ମାତ୍ର ଏଠାରେ ଥିବା ବିଭିନ୍ନ ପ୍ରଜାତିର ବିରଳ ଜୀବଜନ୍ତୁ କେମିତି ଅଛନ୍ତି ଏବେ ଯାଏଁ ସେ ଖବର କାହା ପାଖେ ନାହିଁ । ଇତିମଧ୍ୟରେ ନାସା ଶିମିଳିପାଳର କିଛି ଫଟୋ ସେୟାର କରିଛି, ଯାହା ଏବେ ଚିନ୍ତା ବଢ଼ାଇଛି।

ନାସା ତରଫରୁ ଆସିଥିବା ଏହି ଫଟୋ ଅଭୟାରଣ୍ୟକୁ ନେଇ ସମ୍ପୂର୍ଣ୍ଣ ଅଲଗା କଥା କହୁଛି । ନାସା କହିଛି ତିନି ଘଣ୍ଟା ଧରି ଏହି ଫଟୋ ଉଠାଯାଇଛି । ତେବେ ଦ୍ୱନ୍ଦ୍ୱ ହେଉଛି ସାଟେଲାଇଟ୍ ରେ ଉଠି ଥିବା ଏହି ଚିତ୍ର ସତ କହୁଛି ନା ଜଙ୍ଗଲ ବିଭାଗ। ନାସା ସୂଚନା ଦେଇଛି ଯେ ୫ହଜାର ୫୬୯ ବର୍ଗ କିଲୋମିଟରରେ ନିଆଁ ଲାଗିଛି । ହେଲେ ଏହି ସୂଚନା ଜଙ୍ଗଲ ବିଭାଗ ଦେଇନାହିଁ ।

Leave a Reply

Your email address will not be published. Required fields are marked *