ମହାନଗରରାଜ୍ୟ

ଠିକା ସଂସ୍ଥାକୁ ତାଗିଦ କଲେ ବିଏମ୍‌ସି କମିଶନର ସଂଜୟ ସିଂ

ଭୁବନେଶ୍ୱର: ଆନ୍ତଃରାଷ୍ଟ୍ରୀୟ ବରମୁଣ୍ଡା ବସଷ୍ଟାଣ୍ଡ ର କାମ କେତେ ଆଗେଇଲା ? କେତେ ପ୍ରତିଶତ କାମ ସରିଛି ? ଆଉ କେତେ ବାକି ଅଛି ? ଲକଡାଉନରେ କାମ ପ୍ରଭାବିତ ହୋଇଛି କି ? ନିର୍ଦ୍ଧାରିତ ସମୟରେ ବସଷ୍ଟାଣ୍ଡ ସଂପୂର୍ଣ୍ଣ ପ୍ରସ୍ତୁତ ହେବ ତ ? ଠିକା ସଂସ୍ଥା ସଠିକ ଭାବରେ କାମ କରୁଛି କି ନାହିଁ ? ଏସବୁର ସମୀକ୍ଷା କରିଛନ୍ତି ବିଏମ୍ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ସଂଜୟ ସିଂ। ବରମୁଣ୍ଡା ରେ ନିର୍ମାଣ ହେଉଥିବା ନୂଆ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିବା ସହ ତର୍ଜମା କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀ ଏବଂ ଇଂଜିନିୟର ମାନଙ୍କ ସହ ଆଲୋଚନା କରିଛନ୍ତି। ଲକଡାଉନ ରେ କାମ ଟିକିଏ ଧିମେଇ ଯାଇଥିବାରୁ ଠିକା ସଂସ୍ଥା ବ୍ରିଜ୍ ଆଣ୍ଡ ରୁଫକୁ ତାଗିଦ କରିଛନ୍ତି ସଂଜୟ।

ତୁରନ୍ତ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ସହ ୨୦୨୨ ଜୁନ୍ ମାସ ସୁଦ୍ଧା ସଂପୂର୍ଣ୍ଣ କାମ ସାରି ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଟର୍ମିନାଲ କାମ ଜୋରଦାର କରିଛି ଠିକାସଂସ୍ଥା। ଏବେ ୨ଶହରୁ ଅଧିକ ଶ୍ରମିକ ଦିନରାତି କାମରେ ଲାଗିଛନ୍ତି। ମୋଟ ୬ଟି ବ୍ଳକ ମଧ୍ୟରୁ ୩ଟି ବ୍ଳକର  କାର୍ଯ୍ୟ ଆରମ୍ଭ ହୋଇଛି। ୬ଟିଯାକ ବ୍ଳକର ବେସମେଣ୍ଟ କାମ ସରିଛି। ବାକି ଟର୍ମିନାଲରୁ ମାଟିଉଠା କାମ ଶେଷ ହୋଇଛି। ଲକଡାଉନ ଖୋଲିବା ପରେ ଦୁଇ ହଜାର ଶ୍ରମିକ କାମରେ ଲାଗିବେ ବୋଲି ଠିକାସଂସ୍ଥା ଡିଜିଏମ୍ ସୂଚନା ଦେଇଛନ୍ତି। ସବୁ ବିଭାଗର ସହଯୋଗ ଏବଂ ସମନ୍ୱୟ ଭଲ ରହିଛି। ୨୦୨୨ ସୁଦ୍ଧା କାମ ସଂପୂର୍ଣ୍ଣ ହୋଇ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଡିଜିଏମ୍।

ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିବା ସହ ନିର୍ଦ୍ଧାରିତ ସମୟ ରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୧୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଅତ୍ୟାଧୁନିକ ଟର୍ମିନାଲ ସୌରଶକ୍ତି ରେ ପରିଚାଳିତ ହେବ। ଫୁଡ୍ କୋର୍ଟ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା ଏବଂ ଏସ୍କାଲାଟର ଲାଗିବ। ଟର୍ମିନାଲ ନିର୍ମାଣ ପରେ ଭୁବନେଶ୍ୱରରୁ ରାଞ୍ଚି, ହାଇଦ୍ରାବାଦ, ବାଙ୍ଗାଲୋର, ବିଶାଖାପାଟଣା, ରାୟପୁର ଏବଂ କୋଲକାତା କୁ ପ୍ରତିଦିନ ବସ ଚଳାଚଳ କରି।

Leave a Reply

Your email address will not be published. Required fields are marked *