ରାଜ୍ୟ

ରାଜ୍ୟରେ ଆଉ ୫ହଜାର ୮୯୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ କମିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୩୩୩୨ ଓ ୨୫୬୪ ଲୋକାଲ ମାମଲା ରହିଛି । ତେବେ ଖୋର୍ଦ୍ଧାରେ ହଜାରେ ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ୮୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩୮୫ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୭୩, ବରଗଡ଼ ୯୯, ଭଦ୍ରକ ୩୭୦, ବଲାଙ୍ଗୀର ୭୭, ବୌଦ୍ଧ ୭୩, କଟକ ୩୪୯, ଦେବଗଡ଼ ୨୨, ଢେଙ୍କାନାଳ ୩୦୬, ଗଜପତି ୪୪, ଗଞ୍ଜାମ ୩୫, ଜଗତସିଂହପୁର ୨୩୨, ଯାଜପୁର ୪୩୧, ଝାରସୁଗୁଡ଼ା ୫୪, କଳାହାଣ୍ଡି ୫୩, କନ୍ଧମାଳ ୬୫, କେନ୍ଦ୍ରାପଡ଼ା ୨୩୫, କେନ୍ଦୁଝର ୧୩୦, କୋରାପୁଟ ୧୨୯, ମାଲକାନଗିରି ୧୧୬, ମୟୂରଭଞ୍ଜ ୨୬୧, ନବରଗଙ୍ଗପୁର ୧୭୪, ନୂଆପଡ଼ା ୩୭, ପୁରୀ ୨୪୧, ସମ୍ୱଳପୁର ୯୨, ସୋନପୁର ୭୭, ସୁନ୍ଦରଗଡ଼ ୧୧୩ ଓ ଷ୍ଟେଟ୍ ପୁଲରୁ ୧୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୨୯ ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ ୭୪ ହଜାର ୧୭୨ଟି କରେନା ମାମଲା ସକ୍ରିୟ ରହିଛି ।

Leave a Reply

Your email address will not be published. Required fields are marked *