ରାଜ୍ୟ

ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତ

ଭୁବନେଶ୍ୱର : ମିଶନ୍ ଶକ୍ତି ରାଜ୍ୟ ସରକାରଙ୍କର ଏକ ନୂଆ ବିଭାଗ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଆଜିର ଏହି କ୍ୟାବିନେଟ୍ ବୈଠକରେ ମୋଟ ୧୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏସବୁ ନିଷ୍ପତ୍ତି ଶକ୍ତି, କୃଷି ଓ କୃଷକ କଲ୍ୟାଣ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ଅବକାରୀ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ,ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଓ ଇସ୍ପାତ ଓ ଖଣି ବିଭାଗ ସହ ସମ୍ପର୍କିତ ବୋଲି ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ରାଜ୍ୟରେ ଏହି ୧୦ଟି ନୂଆ ମେଗା ଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏସବୁ ପ୍ରକଳ୍ପ ଆଳି, ରାଜକନିକା, ଯାଜପୁର, ଚିଲିକା, ଟାଙ୍ଗି, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗନ୍ଦିଆ, ଭୁବନ, ଗୋଲମିନ୍ଦା ଓ ବିଞ୍ଝାରପୁର ବ୍ଲକ୍‌ରେ ନିର୍ମାଣ କରାଯିବ । ସେହିପରି ସମ୍ବଲପୁର ଜିଲ୍ଲାର ୨୬ଟି ଗ୍ରାମ ପଞ୍ଚାୟତ ଓ ଝାରସୁଗୁଡ଼ା ଜିଲ୍ଲାର ୨ଟି ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ବାଲେଶ୍ୱରର ରେମୁଣା ତହସିଲରେ ଏମ୍ସର ସାଟେଲାଇଟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୨୫ ଏକର ଜମି ମଞ୍ଜୁର କରିଛନ୍ତି ।

Leave a Reply

Your email address will not be published. Required fields are marked *