ଦେଶ- ବିଦେଶ

ପୁଣେର କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ମୃତ

ପୁଣେ: ମହାରାଷ୍ଟ୍ର ପୁଣେରେ ଥିବା କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ବେଳେ ୨ ଜଣ ପୁରୁଷ ଥିଲେ । ତେବେ ଅଗ୍ନିକାଣ୍ଡ ବେଳେ କାରଖାନା ଭିତରେ ୩୭ ଜଣ କର୍ମଚାରୀ ଥିଲେ । ସେମାନଙ୍କୁ ମଧ୍ୟରୁ ୨୦ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ନିଆଁ ଲାଗିବାର ଖବର ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଛନ୍ତି । ଖବର ମିଳିଛି ଯେ, ଏହି ପ୍ଲାଣ୍ଟରେ ସାନିଟାଇଜର ତିଆରି କାମ ଚାଲିଥିଲା ।

Leave a Reply

Your email address will not be published. Required fields are marked *