ଦେଶ- ବିଦେଶରାଜ୍ୟ

ଓଡ଼ିଶାର ୧୦ ଜିଲ୍ଲା ସଂକ୍ରମଣ ପ୍ରବଣ

ନୂଆଦିଲ୍ଲୀ : ହଠାତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରୁ ପରୀକ୍ଷା ହାର ବଢ଼ାଇବା ସହ ଚିକିତ୍ସା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଚଣ୍ଡିଗଡ଼ ଆଦି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରୀକ୍ଷା, କଣ୍ଟାକ୍ଟ ଟ୍ରେସିଂ ଏବଂ ଅଧିକ ସଂକ୍ରମଣ ଥିବା ଜିଲ୍ଲାମାନଙ୍କରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛିି ଯେ, ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୬୩ଟି ଜିଲ୍ଲାରେ କରୋନା ପରୀକ୍ଷା ହାର କମ ହେବା ସହ ସଂକ୍ରମଣ ସଂଖ୍ୟା ବଢ଼ିଛି । କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉ ନାହିଁ । ଏଭଳି ହେବା ଦ୍ୱାରା ସଂକ୍ରମଣ ପଡ଼ୋଶୀ ରାଜ୍ୟକୁ ବ୍ୟାପିବାର ଆଶଙ୍କା ରହିଛି । ୬୩ଟି ଜିଲ୍ଲା ମଧ୍ୟରେ ଦିଲ୍ଲୀର ୯ଟି ଜିଲ୍ଲା, ୧୫ଟି ହରିୟାଣାରେ, ୧୦ଟି ଆନ୍ଧ୍ରପ୍ରଦେଶରେ, ୧୦ଟି ଓଡ଼ିଶାରେ, ୯ଟି ହିମାଚଳ ପ୍ରଦେଶରେ, ଉତ୍ତରାଖଣ୍ଡରେ ୭ଟି, ଗୋଆରେ ୨ଟି ଏବଂ ଚଣ୍ଡିଗଡ଼ରେ ଗୋଟିଏ ଜିଲ୍ଲା ରହିଛି । ଏଭଳି ସ୍ଥିତିରେ କରୋନା ପରୀକ୍ଷା ହାର ବଢ଼ାଇବା ସହ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ହେବ ।

Leave a Reply

Your email address will not be published. Required fields are marked *