ବାଣିଜ୍ୟ

ରିଅଲ୍‌ମି ଏକ୍ସ୭ ମ୍ୟାକ୍ସ ୫ଜି ଏବଂ ରିଅଲ୍‌ମି ସ୍ମାର୍ଟଟିଭି ୪କେ’ ଉନ୍ମୋଚିତ

ମୁମ୍ବାଇ : ୫ଜି ସକ୍ଷମ ସ୍ମାର୍ଟଫୋନ୍‌ ଶୁଭାରମ୍ଭ କରିଥିବା ଭାରତର ପ୍ରଥମ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଭାରତର ପ୍ରଥମ ମିଡିଆଟେକ୍‌ ଡାଇମେନ୍‌ସିଟି ୧୨୦୦ ୫ଜି ପ୍ରୋସେସର୍‌ ଥିବା ଏହାର ନୂତନ ଓ ଅତ୍ୟାଧୁନିକ ସ୍ମାର୍ଟଫୋନ୍‌ ରିଅଲ୍‌ମି ଏକ୍ସ୭ ମ୍ୟାକ୍ସ ୫ଜି ସହିତ ନେକ୍ସଟ୍‌ଜେନ୍‌ ରିଅଲ୍‌ମି ସ୍ମାର୍ଟଟିଭି ୪ କେର ଶୁଭାରମ୍ଭ କରାଯାଇଛି । ଯାହା ୪କେ ସିନେମାଟିକ୍‌ ଅନୁଭୂତି ସହିତ ଏକ ଅଲ୍‌ରାଉଣ୍ଡ ପ୍ୟାକେଜ୍‌ ପ୍ରଦାନ କରୁଛି । ରିଅଲ୍‌ମି ଏକ୍ସ୭ ମ୍ୟାକ୍ସ ୫ଜିରେ ଏକ ୧୨୦ଏଚ୍‌ଜେଡ୍‌ ସୁର୍‌ ଆମୋଲେଡ୍‌ ଡିସ୍‌ପ୍ଲେ, ୫୦ୱାଟ୍‌ ସୁର୍‌ ଡାର୍ଟଚାର୍ଜ ସହିତ ୪୫୦୦ ମେଗାହର୍ତ୍ସ ବ୍ୟାଟେରୀ, ସୋନି ୬୪ଏମ୍‌ପି ସୁପର, ଟ୍ରିପଲ୍  କ୍ୟାମେରା ସହ ମିଡିଆଟେକ୍‌ ଡାଇମେନ୍‌ସିଟି ୧୨୦୦ ୫ଜି ପ୍ରୋସେସର୍ ରହିଛି। ରିଅଲ୍‌ମି ସ୍ମାର୍ଟଟିଭି ୪କେ (୪୩ ଇଞ୍ଚ୍‌ ଓ ୫୦ ଇଞ୍ଚ) ଡଲ୍‌ବିଭିଜନ ଏଚ୍‌ଡିଆର୍‌ ଟେକ୍ନୋଲୋଜି ଓ ଡଲ୍‌ବି ଅଟ୍‌ମସ୍‌ ଇମର୍ସିଭ୍‌ ଅଡିଓ ପାୱାର ଫୁଲ୍‌କ୍ୱାଡ୍‌-କୋର୍‌ ପ୍ରୋସେସର୍ ସହ ସୁସଜ୍ଜିତ ରହିଥିବା ବେଳେ ଏହା ଟିୟୁଭିରେନ୍‌ ଲ୍ୟାଣ୍ଡ ଲୋବ୍ଲୁଲାଇଟ୍‌ ସାର୍ଟିଫିକେଶନ ଦ୍ୱାରା ପ୍ରମାଣିତ । ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ୍‌ରେ ଉପଲବ୍ଧ ଏହି ସ୍ମାର୍ଟ ଫୋନ୍‌ର ମୂଲ୍ୟ (୮ଜିବି  +୧୨୮ଜିବି) ପାଇଁ ୨୬,୯୯୯ଟଙ୍କା ଓ (୧୨ଜିବି + ୨୫୬ ଜିବି) ପାଇଁ ୨୯,୯୯୯ ଟଙ୍କା ରହିଛି ଏବଂ ଏହାର ସେଲ୍‌ ଆସନ୍ତା ଜୁନ୍‌ ୪ ତାରିଖ ଦିନ ୧୨ଟାରୁ ଫ୍ଲି୍‌କାର୍ଟ ଡଟ୍‌କମ୍‌, ରିଅଲ୍‌ମି ଡଟ୍‌କମ୍‌ ଓ ମେନ୍‌ଲାଇନ୍‌ ଚ୍ୟାନେଲ ଗୁଡିକରେ ଆରମ୍ଭ ହେବ । ରିଅଲ୍‌ମି ସ୍ମାର୍ଟଟିଭି ୪କେ ୪୩ ଇଞ୍ଚ ଓ ୫୦ ଇଞ୍ଚ୍‌ର ମୂଲ୍ୟ ଯଥାକ୍ରମେ ୨୭,୯୯୯ ଓ ୩୯,୯୯୯ଟଙ୍କା ରହିବ । ଏହାର ସେଲ୍‌ ଆସନ୍ତା ଜୁନ୍‌ ୪ ତାରିଖ ଦିନ ୧୨ଟାରୁ ରିଅଲ୍‌ମି ଡଟ୍‌କମ୍‌, ଫ୍ଲି୍‌କାର୍ଟ ଡଟ୍‌କମ୍‌ ଓ ମେନ୍‌ଲାଇନ୍‌ ଷ୍ଟୋର୍  ଗୁଡିକରେ ଆରମ୍ଭ ହେବ । ରିଅଲ୍‌ମି ପକ୍ଷରୁ ଜୁନ୍‌ ୪ରୁ ୮ ତାରିଖ ମଧ୍ୟରେ ରିଅଲ୍‌ମି ଆନିଭର୍ସରୀ ସେଲ୍‌ଇଭେଣ୍ଟ୍ ସମୟରେ ଏକାଧିକ ସ୍ମାର୍ଟଫୋନ୍‌ ପ୍ରଡକ୍ଟ ଉପରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‌ ଓ ସପୁରସେଭିଙ୍ଗଡିଲ୍‌ ମଧ୍ୟ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *