ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ସ୍ୱତନ୍ତ୍ର : ରବି ଶାସ୍ତ୍ରୀ

ମୁମ୍ବାଇ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ୩ ମ୍ୟାଚ୍‌ ବିଶିଷ୍ଟ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ଟିମ୍‌ ଇଣ୍ଡିଆ କୋଚ୍‌ ରବି ଶାସ୍ତ୍ରୀ । ସେ କହିଛନ୍ତି, ଟେଷ୍ଟ କ୍ରିକେଟ୍‌ ସବୁଠୁ କଷ୍ଟକର ଫର୍ମାଟ୍‌ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ସ୍ୱତନ୍ତ୍ର । ଦୀର୍ଘ ୨ ବର୍ଷ ଧରି ସମସ୍ତ ଟେଷ୍ଟ ଖେଳୁଥିବା ଦେଶ ପରସ୍ପର ସହ ଲଢେଇ କରିଛନ୍ତି । ଶେଷରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌ରେ ପହଞ୍ଚିଛନ୍ତି । ଆଇସିସିର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ମୋ ମତରେ ଫାଇନାଲ୍‌ ୩ ମ୍ୟାଚ୍‌ ବିଶିଷ୍ଟ ହେବା ଆବଶ୍ୟକ । ଏହା ସମ୍ଭବ ହେଲେ ଦୁଇ ଫାଇନାଲ୍‌ ଖେଳୁଥିବା ଦଳ ମଧ୍ୟରେ ଅସଲ ଲଢେଇ ଦେଖିବାକୁ ମିଳିବ । ବର୍ତ୍ତମାନ ଗୋଟିଏ ମ୍ୟାଚ୍‌ ବିଶିଷ୍ଟ ରହିଛି ଫାଇନାଲ୍‌ । ଆମେ ଆଇସିସିର ନିଷ୍ପତ୍ତିକୁ ସମର୍ଥନ କରୁଛୁ ।

Leave a Reply

Your email address will not be published. Required fields are marked *