ରାଜ୍ୟ

ପଞ୍ଚାୟତିରାଜ ଦିବସରେ ସରପଞ୍ଚ ପଦରୁ ବହିଷ୍କାର

ଛତ୍ରପୁର : ଓଡ଼ିଆ ଲେଖି ପଢି ଜାଣିନଥିବା ହେତୁ ଅଗସ୍ତି ନୂଆଗାଁ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରାଯାଇଛି। ଛତ୍ରପୁର ସିଭିଲ ଜଜ୍ ଜୁନିଅର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଆଜି ଏହି ରାୟ  ପ୍ରକାଶ କରିଛନ୍ତି। ସୂଚନା ମୁତାବକ ୨୦୧୭ ପଞ୍ଚାୟତ ନିର୍ବାଚନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୁଆଁ ଗାଁ ସରପଞ୍ଚ ପି.ସମାଦ୍ରୀ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ବିରୋଧରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ନିବାସୀ ଗୌଡ଼ ସେହି ସମୟରେ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେ, ସେ ଓଡ଼ିଆ ପଢି ନାହାନ୍ତି, ସେ ଦୁଇଟି ବିବାହ କରିଛନ୍ତି ଏବଂ ତାଙ୍କରି ଛଅଟି ସନ୍ତାନ ରହିଥିବା ନେଇ ଓକିଲଙ୍କ ଜରିଆରେ ପିଟିସନ ଦାଖଲ କରିଥିଲେ। ତେବେ ଆଜି ୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ବିଚାରପତି ସରପଞ୍ଚ ପଦ ରଦ୍ଦ କରିଛନ୍ତି। ପଞ୍ଚାୟତିରାଜ ଦିବସରେ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଏହି ମାମଲାର ଶୁଣାଣି ହୋଇଛି। ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ହେତୁ ଅଗସ୍ତି ନୂଆଗାଁ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି ନିବାସୀଙ୍କ ଓକିଲ ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *