ରାଜ୍ୟ

କୋଟିଆରେ ହେଲା ଟିକାକରଣ

କୋରାପୁଟ : ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାକରଣ କେନ୍ଦ୍ର କରାଯାଇଥିବାବେଳେ ପଞ୍ଚାୟତର ୨୪୭୯ଜଣ ଟିକାନେଇ ସାରିଛନ୍ତି । ସ୍ୱାସ୍ଥ୍ୟକର୍ମୀ ଗ୍ରାମକୁ ଗ୍ରାମ ବୁଲି ଟିକା ଦେଉଛନ୍ତି । ମଇ ୨୯ ତାରିଖ ସୁଦ୍ଧା ମୋଟ ୨୪୭୯ ଜଣ ବ୍ୟକ୍ତି ଟିକା ନେଇଥିବା କୋଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପବିତ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି । କୋଟିଆ ଓ ଥୁରିଆରେ ୧୫୨୯ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୯୫୦ ଜଣ ଦ୍ୱିତୀୟ ଡୋଜ୍ ନେଇଥିବା ଡା.ପଣ୍ଡା ସୂଚନା ଦେଇଛନ୍ତି । କେବଳ କୋଟିଆରେ ୫୧୬ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୨୧୫ ଜଣ ଦ୍ୱିତୀୟ ଡୋଜ ନେଇଥିବା ସେ ପ୍ରକାଶ କରିଛନ୍ତି । କୋଟିଆ ପଞ୍ଚାୟତର ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । କୋଟିଆରେ ଏ ପର୍ଯ୍ୟନ୍ତ ୨୨୯୬ ଜଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିବା ବେଳେ ୧୮ ଜଣ ବ୍ୟକ୍ତିଙ୍କ ଲକ୍ଷଣଥିବା ଜଣାପଡ଼ିଥିଲା । ସେଥିମଧ୍ୟରୁ ୧୭ ଜଣଙ୍କୁ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସେହିପରି ଥୁରିଆରେ ଏ ପର୍ଯ୍ୟନ୍ତ ୨୩୪୪ଜଣଙ୍କର ସର୍ଭେ କରାଯାଇଥିବା ବେଳେ ୨୬ଜଣ ବ୍ୟକ୍ତିଙ୍କ ଲକ୍ଷଣଥିବା ଜଣାପଡ଼ିଥିଲା । ସେଥିମଧ୍ୟରୁ ୨୨ଜଣଙ୍କୁ ହସପିଟାଲ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *