ରାଜ୍ୟ

ବ୍ୟବହୃତ ପିପିଇ କିଟ୍ ନଷ୍ଟ କରିବାକୁ ଦାବି

କୋରାପୁଟ : ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ମୃତ୍ୟୁବରଣ କରୁଥିବା କୋଭିଡ୍ ଆକ୍ରାନ୍ତଙ୍କ ଶବ ସତ୍କାର ସହରର ପୁରୁଣା ଶ୍ମଶାନରେ କରାଯାଉଛି। କର୍ମଚାରୀ ଓ ସମ୍ପର୍କିୟମାନେ ପିପିଇ କିଟ୍ ପରିଧାନ କରି ଶବ ସତ୍କାର କରୁଛନ୍ତି । ହେଲେ ଶେଷକୃତ୍ୟ ସମ୍ପନ୍ନ ପରେ ବ୍ୟବହୃତ ପିପିଇ କିଟ ଓ ମୃତବ୍ୟକ୍ତିଙ୍କ ବସ୍ତ୍ର ପୋଡ଼ି ଦିଆନଯାଇ ଶ୍ମଶାନରେ ପକାଇ ଦିଆଯାଉଛି । ଯାହାକି ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରୁଥିବା ଆଇନଜୀବୀ ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ପ୍ରାତଃ ଭ୍ରମଣରେ ଯାଉଥିବା ଲୋକେ ଏହି ସବୁ ପ୍ରତ୍ୟେକ ଦିନ ଦେଖୁଥିବା ସେ ପ୍ରକାଶ କରିଛନ୍ତି । ବ୍ୟବହୃତ ପିପିଇ କିଟ୍ ପୋତାଯିବା ଦ୍ୱାରା ସଂକ୍ରମଣ ଭୟ ରହୁଛି ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ପିପିଇ କିଟ୍ ଓ ବସ୍ତ୍ରଗୁଡ଼ିକୁ ପୋଡ଼ିନଷ୍ଟ କରିଦେବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *