ବାଣିଜ୍ୟରାଜ୍ୟ

ଏଣିକି ହ୍ୱାଟସ୍‌ଆପ୍ ହେଲ୍ପଲାଇନରେ ଟିକାକରଣ ସୂଚନା

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଉତ୍ସର୍ଗୀକୃତ କୋଭିଡ-୧୯ ହ୍ୱାଟସ୍‌ଆପ୍ ହେଳ୍ପଡେସ୍କର ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ନାଗରିକମାନଙ୍କୁ ଆନୁଷ୍ଠାନିକ କୋଭିଡ-୧୯ ଅପଡେଟ ଏବଂ ଟିକାକରଣ ସ୍ଲଟ ବୁକିଙ୍ଗ ଉପଲବ୍ଧ କରିବାରେ ସାହାଯ୍ୟ କରିବା ପାଇଁ ସୁବ୍ୟବସ୍ଥିତ ହୋଇଛି । ଏହି ହେଲ୍ପଡେସ୍କ ନାଗରିକମାନଙ୍କୁ ଟିକାକରଣ ପ୍ରକ୍ରିୟା ଜରିଆରେ କୋୱିନ ଆପରେ ପଞ୍ଜିକରଣ ଠାରୁ ଆରମ୍ଭ କରି ସେମାନଙ୍କ ସହରରେ ଟିକାକରଣ ସ୍ଲଟର ସନ୍ଧାନ ଏବଂ ଟିକାକରଣ ପ୍ରମାଣପତ୍ର ଡାଉନଲୋଡ଼ କରିବାରେ ମାର୍ଗଦର୍ଶନ ପ୍ରଦାନ କରିବ ।

ଏହା ସମ୍ପର୍କରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ମହାମାରୀ ବିରୋଧୀ ଲଢ଼େଇରେ ଓଡ଼ିଶାର ନାଗରିକମାନେ ଯେଭଳି ଟେକ୍ନୋଲୋଜିକୁ ଗ୍ରହଣ କରିଛନ୍ତି ତାହା ଅତ୍ୟନ୍ତ ଉତ୍ସାହଜନକ ।  ସମଗ୍ର ରାଜ୍ୟରେ ଟିକାକରଣ ପ୍ରୟାସ ଜୋର ଧରିଥିବାବେଳେ ଗ୍ରାହକଙ୍କ ପାଇଁ ସେମାନଙ୍କ ସହରରେ ଟିକା ସମ୍ବନ୍ଧିତ ଭରସାଯୋଗ୍ୟ ସୂଚନା ହାସଲ କରିବା ପାଇଁ ହ୍ୱାଟସ୍‌ଆପ୍ ଚାଟ୍‌ବଟ୍‌ର ବ୍ୟବହାର ଅତ୍ୟନ୍ତ ସହାୟକ ହେବ ।” ଗତ ବର୍ଷସାରା ପ୍ରାମାଣିତ ସୂଚନା ପାଇବା ପାଇଁ ଏକ ପ୍ଲାଟଫର୍ମ ଭାବରେ ଏହା ବେଶ ଭଲ ଭାବେ ଉପଯୋଗ ହୋଇଛି ଏବଂ ଯେହେତୁ ଆମେ ଟିକାକରଣ ଆଡ଼କୁ ଅଗ୍ରସର ହେଉଛୁ, ତେଣୁ ଏହା ନାଗରିକଙ୍କ ନିକଟରେ ସଠିକ ସୂଚନା ପହଞ୍ଚାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ପ୍ରମାଣିତ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ର କହିଛନ୍ତି ।

ଏହି ହେଲ୍ପଲାଇନର ବ୍ୟବହାର ମାଗଣା ହୋଇଥିବାବେଳେ ଏହା ଓଡ଼ିଆ ଏବଂ ଇଂରାଜି ଭାଷାରେ ଉପଳବ୍ଧ । ଏହି ହେଲ୍ପଲାଇନକୁ ଉପଲବ୍ଧ କରିବା ପାଇଁ ନାଗରିକମାନେ ହ୍ୱାଟସ୍‌ଆପ୍‌ରେ +୯୧୯୩୩୭୯୨୯୦୦୦ ନମ୍ବରରେ ‘ହାଏ’ ଲେଖି ପଠାଇପାରିବେ କିମ୍ବା ସିଧାସଳଖ ହେଲ୍ପଲାଇନ ସହ ଯୋଡ଼ି ହେବା ପାଇଁ https://wa.me/ /୯୧୯୩୩୭୯୨୯୦୦୦ ରେ କ୍ଲିକ କରିପାରିବେ, ଯାହାଦ୍ୱାରା ସେମାନେ ବ୍ୟାପକ ମେଡିକାଲ ସମ୍ବନ୍ଧୀୟ ସୂଚନା ପାଇପାରିବେ । 

Leave a Reply

Your email address will not be published. Required fields are marked *