ଦେଶ- ବିଦେଶ

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କମୁଥିଲେ ବି କମୁନି ମୃତ୍ୟୁସଂଖ୍ୟା, ଯାହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲା ପ୍ରଶାସନ ଟିକାକରଣକୁ ନେଇ ବଡ ଘୋଷଣା କରିଛନ୍ତି । ଜିଲ୍ଲା ପ୍ରଶାସନରୁ ଦିଆଯାଇଥିବା ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ, ସରକାରୀ କର୍ମଚାରୀ ଟିକା ନନେବା ପର୍ଯ୍ୟନ୍ତ ସେମାନଙ୍କୁ ଦରମା ଦିଆଯିବ ନାହିଁ ।  ଜିଲାର ମୁଖ୍ୟ ବିକାଶ ଅଧିକାରୀ ଚର୍ଚ୍ଚିତ ଗଉର କହିଛନ୍ତି, ଜିଲ୍ଲାପାଳ ଚନ୍ଦ୍ରବିଜୟ ସିଂ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଟ୍ରେଜେରୀ ଅଫିସର ଏବଂ ଅନ୍ୟ ବିଭାଗୀୟ ମୁଖ୍ୟମାନଙ୍କୁ ମଧ୍ୟ ଏହି ଆଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାହାସହିତ କେଉଁ ସରକାରୀ କର୍ମଚାରୀମାନେ ଟିକା ନେବାକୁ ବାକି ରହିଛନ୍ତି, ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। କର୍ମଚାରୀଙ୍କ ଦରମା ବନ୍ଦ ହୋଇଯିବା ଭୟରେ କର୍ମଚାରୀମାନେ ନିଜକୁ ଟିକାକରଣ କରିବାକୁ ପ୍ରୟାସ କରିବେ ବୋଲି ସିଡିଏ କହିଛି।

Leave a Reply

Your email address will not be published. Required fields are marked *