ରାଜ୍ୟ

ଓଡ଼ିଶାରୁ ଆଜି ୧୧,୦୯୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୨୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୮୫୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୧୫, ସୁନ୍ଦରଗଡରୁ ୮୪୦, ଅନୁଗୁଳରୁ ୭୨୯, କଳାହାଣ୍ଡିରୁ ୬୫୯, ମୟୂରଭଞ୍ଜରୁ ୬୪୨, ବରଗଡରୁ ୪୫୦, ପୁରୀରୁ ୪୨୭, ସମ୍ବଲପୁରରୁ ୩୭୪, ବାଲେଶ୍ୱରରୁ ୩୨୮, କେନ୍ଦ୍ରାପଡାରୁ ୩୨୧, ନବରଙ୍ଗପୁରରୁ ୩୧୫, ଝାରସୁଗୁଡାରୁ ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *