ରାଜ୍ୟ

ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଛି। ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି। ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ। ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏଭଳି ଅଭିଯାନ ନେଇ ବିଏମସି ଜେଡିସି ଅଶୁଂମାନ ରଥ ସୂଚନା ଦେଇଛନ୍ତି। ଏପଟେ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କ ପାଇଁ ଟିକାର ଅଭାବ ନାହିଁ। ୧୮ରୁ ୪୪ ବର୍ଷର ବୟସର ଲୋକଙ୍କୁ ଶୀଘ୍ର ଟିକା ଦିଆଯିବା ନେଇ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ବିଏମସି କମିଶନର।

Leave a Reply

Your email address will not be published. Required fields are marked *