ଅପରାଧରାଜ୍ୟ

ଚୋରି ମୂର୍ତ୍ତି ଉଦ୍ଧାର, ୩ ଗିରଫ

ପୁରୀ (ବସନ୍ତ ଦାସ) : ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ସ୍ଥା ତୁଳସୀପୁର ପଞ୍ଚାୟତ ର ଅମର ପ୍ରସାଦ ଠାରେ ନିର୍ମିତ ହୋଇଥିବା ଗ୍ରାମୀଣ ପାର୍କ ର ବସିଥିବା ମୂର୍ତ୍ତି କୁ ୩ଜଣ ଦୂର୍ବୁତ ଚୋରି କରୁଥିବା ବେଳେ ଗ୍ରାମବାସୀ ମାନେ ଅଟକ ରଖି ଚାରି ଛକ ଫାଣ୍ଡିକୁ ଖବର ଦେଇଥିଲେ ।ଚାରି ଛକ ଫାଣ୍ଡି ଅଧିକାରୀ ପ୍ରମୋଦ ମଲିକ ନିମାପଡ଼ା ଥାନା,  ଗୋପ ଥାନା ଅଧିକାରୀ ତଥା ନିମାପଡ଼ା ଥାନା ଦାିତ୍ବରେ ଥିବା ଉପେନ୍ଦ୍ର ପ୍ରଧାନ ପ୍ରମୁଖ ପହଞ୍ଚି ଘଟଣା ର ତଦନ୍ତ କରି ୩ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଏ ସଂପର୍କରେ ନିମାପଡ଼ା ଥାନା ରେ କେସ ନମ୍ୱର୍ ୧୯୨/୨୧ରେ ରୁଜୁ କରାଯାଇଛି ।ତୁଳସୀ ପୁର ପଞ୍ଚାୟତ ସରପଞ୍ଚ ଭାଗ ବାନ ମିଶ୍ର ଙ୍କ ଏତଲା କୁ ଆଧାର କରି ପୋଲିସ ଘଟଣା ରେ ଜଡ଼ିତ ଜଗତ ସିଂ ପୁ ର ଜିଲ୍ଲା ଚମ୍ପେଶ୍ୱର୍ ଗ୍ରାମର ରାଜେଶ୍ ନାୟକ ସିଂହ ପୁ ର ଗ୍ରାମର ବିଶ୍ୱଜିତ୍ ନାୟକ ଓ ଚନ୍ଦେଇ ଗାଁ ର ରାଜା ଆଚାର୍ଯ୍ୟ ବୋଲି ଥାନା ସୂତ୍ର ରୁ ଜନା ପଡ଼ିଛି।।ନିମାପଡ଼ା ସ ଏସ ଡି ପି ଓ ଦେବାଶିଷ ମିଶ୍ର ଘଟ ନା ର ଅଧିକ ତଦନ୍ତ ଲାଗି ତଦନ୍ତ କରି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *