ରାଜ୍ୟ

ରେଡ଼ିଓ ନମସ୍କାର ପକ୍ଷରୁ କରୋନା ସଚେତନା

ପୁରୀ (ବସନ୍ତ ଦାସ) :  ପୁରୀ ଜିଲ୍ଲା କୋଣାର୍କ, ଗୋପ,ନିମାପଡା, କାକଟପୁର , ଅସ୍ତରଙ୍ଗ ବ୍ଳକ ଓ NAC ମଧ୍ୟରେ ଏକ ହଜାର ଗ୍ରାମବାସୀ ମାନଙ୍କୁ କୋଭିଡ୍ ସଚେତନା ପାଇଁ ଆଜି ରେଡ଼ିଓ ନମସ୍କାର ତରଫରୁ ଏକ ରଥ ଦ୍ବାରା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି ରଥ କୋଭିଡ୍ ନିୟମ ମାନି ଏକ ହଜାର ଗାଁ ବୁଲି ଲୋକମାନଙ୍କୁ ସଚେତନା କରିବା ସହ କିପରି ଲୋକମାନେ ଘରେ ରହିବେ, ସାମାଜିକ ଦୂରତା ମାନିବେ ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେବେ ତାହା ଡାକବାଜି ଯନ୍ତ୍ର ରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ର କାର୍ଯ୍ୟକ୍ରମ ରହିଛି।

ଏଥିରେ ଗୋପ ବିଡ଼ିଓ, କୋଣାର୍କ ଥାନା ଅଧିକାରୀ, ସ୍ଥାନୀୟ ସରପଞ୍ଚ, ଓ କୋଣାର୍କ ଅଞ୍ଚଳର ବୁ ଧିଯିବୀ ରହି ଉଦ୍ଘାଟନ କରିଥିଲେ।ଏହି ରଥ 15 ଦିନରେ ଏକ ହଜାର ଗ୍ରାମରେ ପହଞ୍ଚି ଲୋକମାନଙ୍କୁ ସଚେତନା କରିବାର ବ୍ୟବସ୍ଥା ରହିଛି । ରେଡ଼ିଓ ନମସ୍କାର ଏପରି ପଦକ୍ଷେପ ପାଇଁ କୋଣାର୍କ ଅଞ୍ଚଳ ବାସି ଦାବି କରିଛନ୍ତି। ଏହି ସଚେତନା ରଥଯାତ୍ରା କୁ ଗୋପ ବିଡ଼ିଓ ଦୀପ୍ତି ରାଣୀ ଦାସ ,କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ଓ ବୁଧିଯିବୀ କୋଭିଡ୍ ନିୟମ ମାନି ଉର୍ଦଘାଟନ କରିବା ସହ ସଚେତନା ଦ୍ବାରା କୋଭିଡ୍ ରୋକାଯାଇ ପାରିବ ବୋଲି ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *