ଦେଶ- ବିଦେଶରାଜ୍ୟ

ମାନବିକତା ଦେଖାଇଲା ଛତିଶଗଡ଼ର ସୁକମା ପୋଲିସ

ମାଲକାନଗିରି : ମାନବିକତା ଦେଖାଇଲା ଛତିଶଗଡ଼ର ସୁକମା ପୋଲିସ । କରୋନା ହୋଇଥିବା କାରଣରୁ ପରିବାର ଲୋକ ଶବ ଦାହ ନ କରିପାରି ହାତ ଟେକିଦେଇ ଥିବା ବେଳେ ଛତିଶଗଡ଼ ପୋଲିସ ବଢ଼ାଇଲା ସାହାଯ୍ୟର ହାତ | କୋଭିଡ କଟକଣା ମାନି ପୋଲିସ ନିଜ ଖାକି ପୋଷାକ ଉପରେ ପିପିଇ କିଟ ପିନ୍ଧି ମାଓ କମାଣ୍ଡରଙ୍କ ମୃତ ଦେହକୁ ସତ୍କାର କରିଛନ୍ତି । ଗତକାଲି ମାଓ କମାଣ୍ଡର ଆଇତୁ ଗଙ୍ଗାଙ୍କର ତେଲେଙ୍ଗାନାର ଖମ୍ମାମ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଛତିଶଗଡ଼ ର ସୁକମା ଅଞ୍ଚଳରେ ମାଓ ସଙ୍ଗଠନ ଟପ ମାଓ ନେତା ଆଇତୁ ଗଙ୍ଗା କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ୩ ସାଥି ମାଓବାଦୀଙ୍କ ସହ ତେଲେଙ୍ଗାନାର ଖମ୍ମାମ ମେଡିକାଲରେ ଚିକିତ୍ସିତ ହେଉଥିଲେ | ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା | ପୋଲିସ ଏହି ଖବର ପାଇ ୩ ମାଓବାଦୀଙ୍କୁ ଗିରଫ କରିବା ସହ ମୃତ ମାଓ କମାଣ୍ଡର ମୃତ ଦେହକୁ ସୁକମା ପୋଲିସକୁ ହସ୍ତାନ୍ତର କରିଥିଲେ। ଖବରରୁ ଜଣାଯାଇଛିଯେ ଆଇତୁରଙ୍କ ଘର ବିଜାପୁର ଅଂଚଳରେ । ଆଇତୁରଙ୍କ ବାପା ,ମାଆ ,ପତ୍ନୀ କି ପରିବାର ଲୋକ ବୋଲି କେହିନାହାନ୍ତି ।

ସୁକମା ପୁଲିସ ଆଇତୁର ଶବକୁ ତାଙ୍କ ସଂପର୍କୀୟକୁ ହସ୍ତାନ୍ତର କରିବାକୁ ଚାହିଁଲା । କିନ୍ତୁ ସଂପର୍କୀୟମାନେ ଶବକୁ ନେବାକୁ ଅମଙ୍ଗ ହୋଇଥିଲେ । ଫଳରେ ସଂପର୍କୀୟ ଲୋକଙ୍କ ସାମ୍ନାରେ କୋଭିଡ ନିୟମରେ ମୃତ ନକ୍ସଲ ଆଇତୁର ଅନ୍ତିମ ସଂସ୍କାର କରାଯାଇଥିଲା | ନିହାତି ଭାବରେ କହିବା ଖାଲି ମାଓ ଦମନ କ୍ଷେତ୍ରରେ ଯେ ନିଜ ନିଷ୍ଠୁରତା ଦେଖାଉଥିବା ମାଓ ସଙ୍ଗଠନ ସବୁବେଳେ ଅଭିଯୋଗ କରିଆସୁଥିଲେ।ତେବେ ଆଜି ର ଏହି ଦୃଶ୍ୟ ଦେଖିଲେ ମାଓବାଦୀଙ୍କ ସବୁ ସମାଲୋଚନାର ଅନ୍ତ ଘଟିଛି । ଦିନେ ଯିଏ ନିଜ ସଙ୍ଗଠନ ର ସୁରକ୍ଷା ଦେଉଥିଲା | ଆଉ ନିଜ ଜୀବନକୁ ବାଜି ଲଗାଇ ପୋଲିସକୁ ମାରିବାକୁ ଅତ୍ୟାଧୁନିକ ବନ୍ଧୁକ ଟେକୁଥିଲା । ଆଜି ତାର ସେହି ନିଜ ମାଓ ସଙ୍ଗଠନ ର ସାଥି କୁ ମାଓ କମାଣ୍ଡର ପାଖକୁ ଆସି ଅନ୍ତିମ ସଂସ୍କାର କରିବା ସମ୍ଭବ ହେଲାନି। ଯେଉଁ ପୋଲିସକୁ ମାରିବା ପାଇଁ ବନ୍ଧୁକ ଧରିଥିଲା ସେହି ପୋଲିସ ଆଜି ନିଜ ପରିଜନ ହୋଇ ଶବ ଦାହ କରିଛି ସେଥିପାଇଁ ଛତିଶଗଡ଼ ପୋଲିସ କୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *