ରାଜ୍ୟ

ଜିଲ୍ଳାପାଳଙ୍କ ୫ ଟି ବିଦ୍ୟାଳୟ ପରିଦର୍ଶନ

କଟକ : ଜିଲ୍ଲାରେ କୋଭିଡ ମହାମାରୀ ତଥା ୟାଶ ବାତ୍ୟା ମୁକବିଲା ନିମନ୍ତେ ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ପ୍ରତ୍ୟେହ ତତ୍ୱବୋଧାନରେ ପ୍ରଶାସନିକ କାର୍ଯ୍ୟ ସଫଳ ହୋଇପାରିଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ଜିଲ୍ଳାପାଳଙ୍କ ନିର୍ଦ୍ଧେଶରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସମ୍ମାନ ରକ୍ଷା କରି କାର୍ଯ୍ୟ କରିବା ଦ୍ୱାରା ପ୍ରାୟତଃ ହଜାରରୁ ଉର୍ଦ୍ଧ୍ୱ ବହୁତ ଗ୍ରାମ ଏବେବି କରୋନା ପ୍ରଭାବରୁ ବଞ୍ଚିତ ହୋଇ ଗ୍ରୀନ ଜୋନରେ ରହିଛନ୍ତି ବୋଲି ସମୀକ୍ଷା ପରେ ଜିଲ୍ଳାପାଳଙ୍କଠୁ ସୂଚନା ମିଳିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଅନୁସାରେ ଜିଲ୍ଲାରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ସମ୍ଭାବ୍ୟ କରୋନା ରୋଗୀ ଚିକିତ୍ସା ସେବା ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଥିବାର ମଧ୍ୟ ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଳାପାଳ ମହାନଗର ଅଞ୍ଚଳର କାଜି ବଜାର ସରକାରୀ ବାଳିକା ବିଦ୍ୟାଳୟ, ସେକେଣ୍ଡାରୀ ବୋର୍ଡ ଉଚ୍ଚ ବିଦ୍ୟାଳୟ, ରାଣୀହାଟ ଉଚ୍ଚ ବିଦ୍ୟାଳୟ, ନୂଆ ବଜାର ଉଚ୍ଚ ବିଦ୍ୟାଳୟ, ନେହେରୁ ଉଚ୍ଚ ବିଦ୍ୟାପୀଠକୁ ରୂପନ୍ତରଣ ପ୍ରକ୍ରିୟାରେ ସାମିଲ କରାଯିବା ନିମନ୍ତେ ପଦକ୍ଷେପ ସ୍ୱରୂପ ପରିଦର୍ଶନରେ ଯାଇଥିଲେ ।

Leave a Reply

Your email address will not be published. Required fields are marked *