ଦେଶ- ବିଦେଶରାଜନୀତି

କାହିିଁକି ମୋଦୀଙ୍କୁ ମମତା ବାନାର୍ଜୀ ଅପେକ୍ଷା କରାଇଲେ

କୋଲକାତା : ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାତ୍ୟା ୟାସ୍ ତାଣ୍ଡବ ରଚିଛି। କରୋନା ମହାମାରୀ ସମୟରେ ବାତ୍ୟା ୟାସର ମୁକାବିଲା କରିବା ସହ ବହୁ ଧନଜୀବନ ହାନି ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତ କରି ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ ଓଡ଼ିଶା ଗସ୍ତ କରି ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପରେ ସେ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଥିଲେ। ସୂଚନା ଅନୁସାରେ ବାତ୍ୟା ଅଞ୍ଚଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକକୁ ଯାଇଥିଲେ। ହେଲେ ସେଠାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି। ଏଥିସହିତ ସେ କାହିଁକି ସମୀକ୍ଷା ବୈଠକରେ ୩୦ ମିନିଟ ବିଳମ୍ବରେ ପହଞ୍ଚିଲେ ସେ ନେଇ ସୂଚନା ଦେଇଛନ୍ତି। ମମତା କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଡାକିଥିଲେ, ହେଲେ ମତେ ଜଣାନଥିଲା କି ଦିଘାରେ ଆମର ବୈଠକ ହେବ। ମୁଁ କଲାଇକୁଣ୍ଡ ଯାଇଥିଲି ଓ ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଦିଘାର ବିକାଶ ପାଇଁ ୨୦ ହଜାର କୋଟି ଓ ସୁନ୍ଦରବନର ବିକାଶ ପାଇଁ ୧୦ ହଜାର କୋଟି ଟଙ୍କା ପାଇଁ ରିପୋର୍ଟ ଦେଇଥିଲି। ପରେ ମୁଁ ମୋ ଅଧିକାରୀଙ୍କ ଠାରୁ ଜାଣିବାକୁ ଚାହିଁଲି ଯେ ସେ ମତେ ଭେଟିବାକୁ ଚାହୁଁଛନ୍ତି। ଏହା ଜାଣିବା ପରେ ମୁଁ ତୁରନ୍ତ ସେଠାକୁ ଯାଇଥିଲି।

Leave a Reply

Your email address will not be published. Required fields are marked *