ମହାନଗରରାଜ୍ୟ

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କଟକ : କୋଭିଡ୍ ମହାମାରୀ ସମୟରେ ପ୍ରଥମେ ହଜାର ହଜାର ନୂଆ ମଦ ଦୋକାନ ଖୋଲିବା, ଲକ୍‌ଡାଉନ୍‌ବେଳେ ମଦ ଦୋକାନ ଖୋଲା ରଖିବା । ଘରେ ଘରେ ଔଷଧ ଓ ଅମ୍ଳଜାନ ପହଞ୍ଚାଇବାରେ ବିଫଳ ହୋଇ, ମଦକୁ ଘରକୁ ପଠାଇବାର ବ୍ୟବସ୍ଥା କରିବା ଏବଂ ଶେଷରେ ୨୦୨୦ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ମଦଦୋକନୀଙ୍କୁ ଟିକସ ଛାଡକରି ଓଡିଶା ସରକାର ମଦ ବ୍ୟବସାୟ ଓ ମଦ୍ୟପଙ୍କୁ ହାତେଇ ଆଗାମୀ ନିର୍ବାଚନ ଜିତିବା ପ୍ରୟାସ କରୁଥିବାରୁ, କଟକ ଜିଲା କଂଗ୍ରେସ କମିଟି ତାହାର ଦୃଢ ନିନ୍ଦା କରିଛ ।

ଆଜି କଟକ ଜିଲା କଂଗ୍ରେସ କମିଟି ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ଦଗ୍‌ଦର୍ଶନକ୍ରମେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡ. ବିପ୍ଲବ ଶିଳାଦିତ୍ୟଙ୍କ ନେତୃତ୍ୱରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସବୁସ୍ତରରେ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରାଯାଉଥିବା ବେଳେ ପେଟ୍ରୋଲ ଓ ଡିଜେଲରୁ ଭାଟ କମାଇବା ବଦଳରେ ମଦ ବିକ୍ରେତାଙ୍କୁ ଖୁସି କରିବାକୁ ମଦ ଟିକସ କମାଇବା ଏହା ଆଇନ ଶୃଙ୍ଖଳାକୁ ଆହୁରି ବିପର୍ଯୟ କରିବ ବୋଲି କଂଗ୍ରେସ ନେତାମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *