ରାଜ୍ୟ

ବାତ୍ୟା ପାଇଁ କୋହଳ ହେଲା ଲକ୍‌ଡାଉନ୍

ଭୁବନେଶ୍ୱର: ବାତ୍ୟା ପାଇଁ ଲକଡାଉନ କୋହଳ । ଦୁଇ ଦିନ ପାଇଁ ୧୦ ଜିଲ୍ଲାରେ ଲକ୍‌ଡାଉନ୍ କୋହଳ । ଆଜି ଓ ଆସନ୍ତାକାଲି ପାଇଁ ଏହି ନିୟମ କୋହଳ କରାଯାଇଛି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଲକଡାଉନ ନିୟମକୁ କୋହଳ କରାଯାଇଛି । ସକାଳ ୭ରୁ ଦିନ ଗୋଟାଏ ଯାଏ ଖୋଲା ରହିବ ବଜାର । କରୋନା କଟକଣାରେ ଲୋକେ ଯାଇ ଜିନିଷ କିଣିପାରିବେ । ବାତ୍ୟା ପୂର୍ବରୁ ଲୋକେ ଆବଶ୍ୟକୀୟ ସାମଗ୍ରୀ କିଣିବା ତଥା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ରାସ୍ତାକଡ଼ ଦୋକାନ, କ୍ଷୀର ଦୋକାନ, ପାଉଁରୁଟି ଓ ବିଭିନ୍ନ ଜରୁରୀ ସାମଗ୍ରୀ ପନିପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲାରହିବ ।

Leave a Reply

Your email address will not be published. Required fields are marked *