ରାଜ୍ୟ

ବଦଳିବ ପାଣିପାଗ, ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିବା ବେଳେ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଥିବା ବେଳେ ବୁଧବାର ସାମନ୍ୟ ହ୍ରାସ ପାଇଛି। ଦୁଇ ଦିନ ପରେ ରାଜ୍ୟରେ ପାଣିପାଗ ବଦଳିବ ଓ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଓଡ଼ିଶାକୁ ସାମୁଦ୍ରିକ ପବନ ବହିବା ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବଢିଛି । ଏହାର ପ୍ରଭାବରେ ଆକାଶ ମେଘାଛନ୍ନ ରହିବା ସହ ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ନାହିଁ । ତେବେ ରାଜ୍ୟର ଅନ୍ୟ ଅଞ୍ଚଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୫ ଦିନ ପରେ ରାଜ୍ୟକୁ ପୁଣି ତାତି ଫେରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଜି ରାଜ୍ୟରେ ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୮.୭ ଡିଗ୍ରୀ ସେଲସିୟସ୍ ରହିଛି । ଭୁବନେଶ୍ୱରରେ ପାରଦ ୩୮.୬ ଡିଗ୍ରୀ ଥିବାବେଳେ କଟକରେ ପାରଦ ୩୮.୨ ଡିଗ୍ରୀ, ତାଳଚେରରେ ୩୮.୧ ଡିଗ୍ରୀ, ମାଲକାନଗିର-ନୟାଗଡ଼-ବଲାଙ୍ଗିର-ସୁନ୍ଦରଗଡ଼ ଆଦି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *