ରାଜ୍ୟ

ସମ୍ପର୍କ ଭିତରେ ଅଛୁଆଁ ପାଚେରୀ : ପୁଅ ଛୁଇଁଲାନି ବାପାର ମୃତଦେହ

ଚାନ୍ଦବାଲି :  କରୋନା ଭୟରେ ପୁଅ ଛୁଇଁଲାନି ବାପାର ମୃତଦେହ। ଅନ୍ତିମ ସତ୍କାର ପାଇଁ ଆଗେଇ ଆସିଲେ ଚାନ୍ଦବାଲି ତହସିଲଦାର ଓ ବିଡିଓ । ପିପିଇ କିଟ ପିନ୍ଧି ମୃତଦେହ ଦାହ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଭଦ୍ରକ ଜିଲ୍ଲା ନଳଗୋହିରା ଗାଁର ଜଣେ ୫୦ ବର୍ଷିୟ ବ୍ୟକ୍ତି କରୋନାରୁ ସୁସ୍ଥ ହେବା ପରେ ହୋମ ଆଇସୋଲେସନରେ ଥିଲେ। ଆଜି ମୃତ୍ୟୁ ହେବା ପରେ କରୋନା ସଂକ୍ରମଣ ଭୟରେ ତାଙ୍କ ପୁଅ ପାଖକୁ ଆସିନଥିଲେ। ପରିବାର ଲୋକେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେବା ପରେ ସେ ଚାନ୍ଦବାଲି ତହସିଲଦାର ଓ ବିଡିଓଙ୍କୁ ଜଣାଇଥିଲେ। ତହସିଲଦାର ଓ ବିଡିଓ ନଳଗୋହିରାରେ ପହଞ୍ଚି ମୃତଦେହକୁ ଆମ୍ବୁଲାନ୍ସରେ ନେଇ ଅନ୍ତିମ ସତ୍କାର କରିଥିଲେ। ଦୁଇ ସରକାରୀ ବାବୁଙ୍କ କାର୍ଯ୍ୟ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

Leave a Reply

Your email address will not be published. Required fields are marked *