ମହାନଗରରାଜ୍ୟ

କାଲିଠୁ ଦିବ୍ୟାଙ୍ଗଙ୍କୁ ମିଳିବ ଡୋର୍ ସର୍ଭିସ

ଭୁବନେଶ୍ୱର: ଭୁନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୟସ୍କଙ୍କ ଭଳି ଦିବ୍ୟାଙ୍ଗଙ୍କୁ ବି ମିଳିବ ଡୋର୍ ସର୍ଭିସ। ସୁବିଧା ବୟସ୍କ ଲୋକଙ୍କୁ ଗାଡ଼ିରେ ନେଇ ଟିକା ଦିଆଯିବ। ଟିକା ଦେବା ପରେ ସେମାନଙ୍କୁ ପୁଣି ଥରେ ଗାଡ଼ିରେ ସୁରକ୍ଷିତ ଆଣି ଘରେ ଛଡ଼ାଯିବ। ବିଏମସି ଅଞ୍ଚଳରେ କରୋନା ସ୍ଥିତି ନେଇ ଆଜି ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ। ଆସନ୍ତାକାଲିଠାରୁ ହିଁ ଏହି ସେବା ମିଳିବ ବୋଲି ସେ କହିଛନ୍ତି। ସେହିଭଳି ବିଭିନ୍ନ ହାଉସିଂ ସୋସାଇଟିରେ ମାସ୍ ଟେଷ୍ଟିଂ ସୁବିଧା ବି କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର। ଏହା ସହ ଯେଉଁ ସୋସାଇଟି ଚାହିଁବେ ୧୯୨୯କୁ ଫୋନ୍ କରି କରିପାରିବେ। କମିଶନର ଶ୍ରୀ ସିଂ କହିଛନ୍ତି-“ରାଜଧାନୀରେ ବିଭିନ୍ନ ହାଉସିଂ ସୋଶାଇଟିକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଉଛି। ସେଥିପାଇଁ ମାସ୍‌ ଟେଷ୍ଟିଂ କରାଯାଉଛି। ଯଦି କୌଣସି ହାଉସିଂ ସୋଶାଇଟି ମାସ୍‌ ଟେଷ୍ଟିଂ କରିବାକୁ ଚାହୁଁଛନ୍ତି, ତାହାହେଲେ ସେମାନେ ଜୋନାଲ୍‌ ଡେପୁଟି କମିଶନରଙ୍କୁ ସୂଚନା ଦେଇପାରିବେ କିମ୍ୱା ୧୯୨୯ରେ ଫୋନ୍‌ କରିପାରିବେ। ଏହା ପରେ ଯାଇ ସେଠାରେ ମାସ୍‌ ଟେଷ୍ଟିଂ କରାଯିବ।”

Leave a Reply

Your email address will not be published. Required fields are marked *