ଦେଶ- ବିଦେଶ

ଭାରତୀୟ ଯବାନଙ୍କୁ ଡ଼ରୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶକାରୀ ଏବଂ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା କଡ଼ା ପଦକ୍ଷେପ ଗ୍ରହଣ କରୁଛି । ଏହାର ପ୍ରଭାବ ଏଲଓସିରେ ଦେଖିବାକୁ ମିଳିଛି । ଭାରତୀୟ ଯବାନଙ୍କୁ ଆତଙ୍କବାଦୀମାନେ ଏତେ ଭୟ କରୁଛନ୍ତି ଯେ, ଅନୁପ୍ରବେଶ ପାଇଁ ସୀମା ଆରପଟେ ଥିବା ଲଞ୍ଚପ୍ୟାଡ୍‌କୁ ଆସିବାକୁ ଡରୁଛନ୍ତି । ଏଭଳି ସ୍ଥିତିରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା କଷ୍ଟକର ହୋଇପଡ଼ିଛି । ସୀମା ଆରପଟେ ଲଞ୍ଚ ପ୍ୟାଡ୍‌ରେ ନୂଆବର୍ଷରେ ଆତଙ୍କବାଦୀଙ୍କ ସଂଖ୍ୟାରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ବୋଲି ଭାରତୀୟ ସେନାର ଏକ ରିପୋର୍ଟରୁ ସାମ୍ନାକୁ ଆସିଛି । ଗତ ଜାନୁୟାରୀରେ ଲଞ୍ଚ ପ୍ୟାଡ୍‌ରେ ୧୦୮ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଥିଲା । ଜମ୍ମୁ ସୀମା ସମ୍ମୁଖ ଅପରପାର୍ଶ୍ୱରେ ୧୦୩ ଏବଂ କାଶ୍ମୀର ଘାଟିରେ ସକ୍ରିୟ ଲଞ୍ଚପ୍ୟାଡ୍‌ରେ କେବଳ ୫ ଆତଙ୍କୀ ରହିଥିଲେ । ଭାରତୀୟ ସେନା ଏବଂ ବିଏସ୍‌ଏଫ୍ ଯବାନମାନେ ଯେଉଁଭଳି ଭାବେ ଆତଙ୍କବାଦୀଙ୍କ ବିରୋଧରେ ଜୋରଦାର ଅପରେଶନ ଚଳାଇଥିଲେ, ଯାହା ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇର ନିଦ ହଜାଇ ଦେଇଥିଲା ।

Leave a Reply

Your email address will not be published. Required fields are marked *