ରାଜ୍ୟ

ଡଙ୍ଗରିଆ କରାଇଲେ କରୋନା ଟେଷ୍ଟ

ରାୟଗଡ଼ା : ଶୁକ୍ରବାର ନିୟମଗିରି ଅଞ୍ଚଳରେ ରହୁଥିବା ଡଙ୍ଗରିଆ ଜନଜାତି ସମ୍ପ୍ରଦାୟର ଲୋକଙ୍କ ହେଲା ସ୍ୱାବ୍ ଟେଷ୍ଟ କରାଯାଇଛି । ସ୍ଥାନୀୟ ବିଡିଓ କାଳୁଚରଣ ନାୟକଙ୍କ ଉପସ୍ଥିତିରେ କାଡ୍ରାକ ବଣ୍ଡେଲି ଓ ପାରାମାଳି ଗାଁର ମୋଟ ୯୮ ଡଙ୍ଗରିଆଙ୍କ କରୋନା ଟେଷ୍ଟ ହୋଇଛି । କିଛି ଦିନ ପୂର୍ବେ ନିୟମଗିରି ଅଞ୍ଚଳରେ କିଛି ଡଙ୍ଗରିଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନ୍ୟ କେହିଁ କେଭିଡ ଟେଷ୍ଟ କରାଇବାକୁ ମନା କରିଦେଇଥିଲେ । କିନ୍ତୁ ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ନିୟମଗିରି ଅଞ୍ଚଳରେ ବୁଝାସୁଝା କରିବାପରେ ସୁନାଖଣ୍ଡି ପଞ୍ଚାୟତର ଡଙ୍ଗରିଆ କନ୍ଧ ମାନେ ସ୍ବାବ ଟେଷ୍ଟ କରିବାକୁ ରାଜି ହୋଇଥିଲେ ।

ଅନ୍ୟ ଗାଁଗୁଡିକୁ ଅଙ୍ଗନାଡିକର୍ମୀ ଓ ଆଶାକର୍ମୀ ମାନେ ଯାଇ ସ୍ବାବ ଟେଷ୍ଟ କରିବାକୁ ବୁଝାଉଛନ୍ତି । ସ୍ଥାନୀୟ ବିଡିଓ କାଳୁଚରଣ ନାୟକକୁ ପଚାରିବାରୁ ସେ କହିଛନ୍ତି  ଉପଜିଲାପାଳ ଗତ କାଲି ନିୟମଗିରି ଅଞ୍ଚଳର ବୁଝାଇବା ପରେ ଏହି ଦୁଇ ଗାଁ ଲୋକେ ରାଜି ହୋଇଥିବାରୁ ଆଜି ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ସ୍ବାବ ଟେଷ୍ଟ ହୋଇଛି । ବାକି ଗାଁ ଗୁଡିକୁ ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ମାନେ ଯାଇ ଘର ଘର ବୁଲି ବୁଝାଉଛନ୍ତି । ଯେଉଁ ଗାଁ ଲୋକେ କୋଭିଡ ଟେଷ୍ଟ କରାଇବା ପାଇଁ ରାଜି ହେବେ ସେଠାକୁ ଯାଇ ସ୍ବାବ ଟେଷ୍ଟ କରାଯିବ ।

Leave a Reply

Your email address will not be published. Required fields are marked *