ଦେଶ- ବିଦେଶ

କରୋନାରେ ପ୍ରାଣ ହରାଇଲେ ଅରିଜିତ ସିଂହଙ୍କ ମା’

ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂହଙ୍କ ମା’ଙ୍କର ଗୁରୁବାର ପରଲୋକ ଘଟିଛି। କରୋନା ସଂକ୍ରମିତ ହୋଇ ଗତ କିଛିଦିନ ହେବ ସେ କୋଲକତା ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। ସେ ଇସିଏମଓରେ ଥିଲେ ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଆଜି ଦିନ ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି। ସୂଚନାଯୋଗ୍ୟ, ଅରିଜିତଙ୍କ ମାଆ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ଅଭିନେତ୍ରୀ ସ୍ୱାସ୍ତିକା ମୁଖାର୍ଜୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ସେ ଲେଖିଥିଲେ, ଅରିଜିତ ସିଂହଙ୍କ ମାଆଙ୍କ ପାଇଁ ଏ ନେଗେଟିଭ୍ ରକ୍ତଦାତାଙ୍କ ଆବଶ୍ୟକତା ଅଛି, ସେ ଅସୁସ୍ଥ ହୋଇ ଆମ୍ରି ଢକୁରିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାବ୍ୟତୀତ ନିର୍ଦ୍ଦେଶକ ଶ୍ରୀଜିତ୍ ମୁଖାର୍ଜୀ ମଧ୍ୟ ଅରିଜିତଙ୍କ ମାଆଙ୍କ ପାଇଁ ଲୋକଙ୍କୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *