ରାଜ୍ୟ

ଘରକୁ ଘର ବୁଲି ଟେଷ୍ଚିଂକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମେ ୨୪ରୁ ରାଜ୍ୟବ୍ୟାପୀ ଘର ଘର ବୁଲି ସର୍ଭେକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଚିଠି କରିଛନ୍ତି। ପ୍ରତିଦିନ ଘର ଘର ବୁଲି ଜ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ବୋଲି ସୂଚନା ମିଳିଛି। ଏହାସହ ଆକ୍ରାନ୍ତଙ୍କୁ ଔଷଧ ବ୍ୟବସ୍ଥା କରିବା ସହ ଆବଶ୍ୟକ ସ୍ଥଳେ ହସ୍ପିଟାଲ ପଠାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଲକ୍ଷଣ ଥିଲେ ନିକଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଟେଷ୍ଟିଂ କରାଇବେ ଏବଂ ଲିଫ୍ଲେଟ୍ ବାଣ୍ଟି କୋଭିଡ୍ ସଂପର୍କରେ ସଚେତନ କରିବେ ଆଶାକର୍ମୀ। ସଠିକ୍ ଭାବେ ମାସ୍କ ବ୍ୟବହାର ଓ ହାତ ଧୋଇବା ନେଇ ଲୋକଙ୍କୁ ମଧ୍ୟ ବୁଝାଇବେ। ଅନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ କରୋନା ରୋଗୀଙ୍କୁ ଚିହ୍ନଟ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଦୈନିକ ଅତିକମରେ ୨୦ଟି ଘର ବୁଲି ଆଶାକର୍ମୀମାନେ ସର୍ଭେ କରିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *