ଦେଶ- ବିଦେଶରାଜ୍ୟ

ସିଆରପିଏଫଙ୍କ ଗୁଳିମାଡରେ ୩ ମୃତ

ବିଜାପୁର  : ମାଲକାନାଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ସିଆରପିଏଫ୍ ଙ୍କ ଗୁଳିମାଡ ହୋଇଛି । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ସିଆରପିଏଫ୍ ଙ୍କ ଗୁଳିରେ ବିଜାପୁରର ୩ ଜଣ ଗ୍ରାମବାସୀ ନିହତ ହୋଇଛନ୍ତି । ସୁଚନା ଅନୁଯାୟୀ, କିଛି ଦିନ ହେବ ଉକ୍ତ ଅଞ୍ଚଳର ଗ୍ରାମବାସୀ ମାନେ ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରି ଆସୁଥିଲେ । ତେବେ ଆଜି ସେମାନେ ସେମାନଙ୍କ କ୍ୟାମ୍ପକୁ ଧସେଇ ପଶିବାକୁ ଚେଷ୍ଟା କରିଥିବା ବେଳେ ସୁରକ୍ଷା କର୍ମୀ ମାନେ ଗୁଳିମାଡ କରିଥିଲେ । ଯାହା ଫଳରେ ୩ ଜଣ ଗ୍ରାମବାସୀଙ୍କୁ ଗୁଳି ବାଜିଛି ଏବଂ ସେମାନଙ୍କ ମୃତ୍ୟୁ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *