ରାଜନୀତିରାଜ୍ୟ

ପିପିଲି ଉପନିର୍ବାଚନ କେବେ ହେବ ?

ଭୁବନେଶ୍ୱର : ପିପିଲି ଉପନିର୍ବାଚନ କେବେ ହେବ, ସେଥିପାଇଁ କେନ୍ଦ୍ର ନିର୍ବାଚନ କମିଶନର ଘୋଷଣା କରିନାହାନ୍ତି । ମାତ୍ର, ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ଉପନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ବୁଥ୍ ଚିହ୍ନଟ ସହ ପୋଲିଂ କର୍ମଚାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି ।

ଅଧିକ ବୁଥ୍ ପ୍ରତିଷ୍ଠା ଲାଗି ମଧ୍ୟ ବୁଥ୍ ଚିହ୍ନଟ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି । ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ସେଠାରେ ହେବାକୁ ଥିବା ଉପନିର୍ବାଚନରେ କିଏ ପ୍ରତିଦ୍ୱନ୍ଦିତା କରିବେ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ମହାରଥୀଙ୍କ ପୁଅ ରୁଦ୍ର ଓ ପତ୍ନୀ ପ୍ରତିଭା ମହାରଥୀ ନା’ଚର୍ଚ୍ଚାରେ ରହିଛି । ତେବେ ଉଭୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ବିଜେଡି ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବାବେଳେ ବିଜେପି ମଧ୍ୟ ପୁରୁଣା ପ୍ରାର୍ଥୀଙ୍କ ଉପରେ ଭରସା କରିବାକୁ ସଙ୍କେତ ଦେଇଛି ।

Leave a Reply

Your email address will not be published. Required fields are marked *