ଅପରାଧଦେଶ- ବିଦେଶ

ସ୍ତ୍ରୀକୁ ବାଲକୋନୀରୁ ଠେଲି ମାରିଦେଲା ସ୍ୱାମୀ, ଜାଣନ୍ତୁ କ’ଣ ଥିଲା କାରଣ

ମେରୁଟ : ବାଲକୋନୀରୁ ପଡି ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ  । ତେବେ ଅଭିଯୋଗ ହୋଇଛି କି ତାଙ୍କ ନିଶାଖୋର ସ୍ୱାମୀ ତାଙ୍କୁ ବାଲକୋନୀରୁ ତଳକୁ ଠେଲିଦେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଗୁରବାର ଉତ୍ତରପ୍ରଦେଶର କାଳିଆ ଗାଢୀ ଅଞ୍ଚଳରେ ଘଟିଛି ଏହି ଘଟଣା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିଲା । ପୋଲିସର କହିବା ଅନୁଯାୟୀ ମୃତ ମହିଳା ରଜନୀ ଏବଂ ତାଙ୍କ ସ୍ୱାମୀ ବିରେନ୍ଦ୍ର ସିଂ ୧୨ ବର୍ଷ ତଳେ ବିବାହ କରିଥିଲେ । ବିରେନ୍ଦ୍ର ଡାଇଭର ଭାବରେ କାମ କରୁଥିଲେ, ଏବଂ ସେ ସବୁବେଳେ ନିଶା ସେବନ କରୁଥିଲେ ଫଳରେ ପରସ୍ୱର ମଧ୍ୟରେ ଝଗଡା ଲାଗି ରହୁଥିଲା । ତେବେ ଏହି ଝଗଡା କରୁଥିବା ସମୟରେ ବିରେନ୍ଦ୍ର ତାଙ୍କ ପତ୍ନୀଙ୍କୁ ସେ ରହୁଥିବା ଘରର ତୃତୀୟ ମହଲାରୁ ତଳକୁ ଠେଲିଦେଇଥିଲା ଏବଂ ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *