ରାଜ୍ୟ

ଶିଶୁ, କିଶୋରଙ୍କ ପାଇଁ ଆଡଭାଇଜରି ଜାରି

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଲୋକଙ୍କୁ କଲବଲ କରୁଥିବା ବେଳେ ଖୁବଶୀଘ୍ର ଏହାର ତୃତୀୟ ଲହର ଆସିବାକୁ ଯାଉଛି । କିନ୍ତୁ ତୃତୀୟ ଲହରେ ଶିଶୁମାନଙ୍କୁ ଅଧିକ ବିପଦ ରହିଥିବା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଏହାରି ମଧ୍ୟରେ ଶିଶୁ, କିଶୋର, ଗର୍ଭବତୀଙ୍କ ପାଇଁ ଆଡଭାଇଜରି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି ହୋଇଛି । ତେବେ ୨ରୁ ଅଧିକ ବର୍ଷର ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ବାହାରକୁ ବାହାରିଲେ ୨ରୁ ଅଧିକ ବର୍ଷର ଶିଶୁଙ୍କୁ ମାସ୍କ ପିନ୍ଧାନ୍ତୁ । ଶିଶୁଠାରେ କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରିବାକୁ ପରାମର୍ଶ ଦିଆଯାଇଛି । ଆଇସୋଲେସନ ଓ ଚିକିତ୍ସା ପରାମର୍ଶ ନେବାକୁ ମଧ୍ୟ ନିଦ୍ଦେର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *