ରାଜ୍ୟ

ଲକଡାଉନରେ ମଦ ହୋମ ଡେଲିଭରିକୁ ମିଳିଲା ଅନୁମତି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଲକଡାଉନରେ । ତେବେ ଏହି ଲକଡାଉନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିକ୍ରି କରିବାକୁ ଅନୁମତି ରହିଛି । ତେବେ ରାଜ୍ୟରେ ଲକ ଡାଉନରେ ମଦର ହୋମ ଡେଲିଭରିକୁ ମିଳିଛି ଅନୁମତି । ଲକଡାଉନ ସମୟରେ ସମସ୍ତ ଠିପି ଖୋଲା, ଠିପି ବନ୍ଦ, ସିଏଲ୍ ଦୋକାନୀ ମାନେ ମଦର ହୋମ ଡେଲିଭରି କରିପାରିବେ । ଏହା ସହ ଜୋମାଟୋ, ସ୍ୱିଗି ଭଳି ସଂସ୍ଥାଙ୍କ ଦ୍ୱାରା ମଧ୍ୟ ହୋଇପାରିବ ମଦର ହୋମ ଡେଲିଭରି । ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଏଭଳି ବ୍ୟବସ୍ଥା କରିବା ନେଇ ଅବକାରୀ କମିଶନରଙ୍କୁ ଜଣାଇଲେ ଅବକାରୀ ସଚିବ ।

Leave a Reply

Your email address will not be published. Required fields are marked *