ଅପରାଧରାଜ୍ୟ

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ପକ୍ଷରୁ ଚୂଡାନ୍ତ ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଚୂଡାନ୍ତ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ  । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ନେଇ ଚୂଡାନ୍ତ ଚାର୍ଜସିଟ ଦାଖଲ ସହ ତଦନ୍ତ ପ୍ରକ୍ରିୟା ସାରିଲା ସିବିଆଇ । ଗତ ୨୨ ବର୍ଷ ଧରି ଗିରଫଦାରୀରୁ ଦୂରେଇ ରହିଥିବା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଓରଫ ବିବନକୁ ଫେବୃଆରୀ ୨୨ ରେ କମିଶନରେଟ ପୋଲିସ ବିବନକୁ ମହାରଷ୍ଟ୍ରର ପୁଣେରୁ ଗିରଫ କରିଥିଲା । ଅନ୍ୟ ଦୁଇ ଅଭିଯୁକ୍ତ ପଦିଆ ଏବଂ ଧିରେନ୍ଦ୍ର ମହାନ୍ତିଙ୍କୁ ୧୯୯୯ ମସିହାରେ ଗିରଫ କରାଯାଇଥିଲା। ୧୯୯୯ ମସିହା ଜାନୁଆରୀ ୯ ରେ ରାଜଧାନୀ ଉପକଣ୍ଠ ବାରଙ୍ଗଠାରେ ଅଞ୍ଜନା ମିଶ୍ର ଜଣେ ବନ୍ଧୁଙ୍କ ସହ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଗଣ ଦୁଷ୍କର୍ମର ଶିକାର ହୋଇଥିଲେ ।

Leave a Reply

Your email address will not be published. Required fields are marked *