ଦେଶ- ବିଦେଶ

ଭରୁଚରେ କେମିକାଲ କାରଖାନାରେ ବିସ୍ଫୋରଣ ; ୨୪ ଆହତ

ଗୁଜରାଟର ଭରୁଚରେ କେମିକାଲ କାରଖାନାରେ ବିସ୍ଫୋରଣ ଘଟି ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ହୋଇଛନ୍ତି ବୋଲି ମଙ୍ଗଳବାର ଖବର ମିଳିଛି। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଭରୁଚର ଝଗଡିଆରେ ଥିବା ଉକ୍ତ କେମିକାଲ କାରଖାନାରେ ବିସ୍ଫୋରଣ ହୋଇଥିଲା। ଗୁରୁତର ଆହତ କର୍ମଚାରୀଙ୍କୁ ଭରୁଚ ଓ ବଡୋଦରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଉଛି।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୧୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା।

Leave a Reply

Your email address will not be published. Required fields are marked *