ରାଜ୍ୟ

ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍‌ ସମୀକ୍ଷା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅତି କମ୍‌ରେ ୪ ମାସ ନିଟ୍‌ ପିଜି ପରୀକ୍ଷା ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥର କରୋନା ଡ୍ୟୁଟିରେ ନିୟୋଜିତ ହେବେ ମେଡ଼ିକାଲ୍‌ ଛାତ୍ରଛାତ୍ରୀ। ଏମ୍‌ବିବିଏସ୍‌ ଅନ୍ତିମ ବର୍ଷର ଛାତ୍ରଛାତ୍ରୀ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହେବେ। ନିୟୋଜିତ ଡାକ୍ତରୀ ଛାତ୍ରଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ମିଳିବ। ବିଏସ୍‌ସି ଓ ଜିଏନ୍‌ଏମ୍‌ ଛାତ୍ରୀଙ୍କୁ କୋଭିଡ୍‌ ନର୍ସିଂ ଡ୍ୟୁଟିରେ ସାମିଲ କରାଯିବ। ଶହେଦିନ କୋଭିଡ୍‌ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ। କୋଭିଡ୍‌ ଜାତୀୟ ସେବା ସମ୍ମାନରେ ସମ୍ମାନିତ କରାଯିବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *