ଦେଶ- ବିଦେଶରାଜନୀତି

ମେ’ ୫ରେ ଶପଥ ଗ୍ରହଣ କରିବେ ଦିଦି

କୋଲକାତା : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ମିଳିଛି ପ୍ରଚଣ୍ଡ ବହୁମତ । ଟିଏମସି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଏବଂ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଗାଦି ମଣ୍ଡନ କରିବାକୁ ଯାଉଛନ୍ତି ମମତା ବାନାର୍ଜୀ । ଦଳୀୟ ବୈଠକରେ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଏହାରି ମଧ୍ୟରେ ଖବର ଆସିଛି ଯେ ମେ ୫ ତାରିଖରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ତାଙ୍କ ପରେ ଅନ୍ୟ ବିଧାୟକମାନେ ଶପଥ ଗ୍ରହଣ କରିବେ । ତେବେ ମନ୍ତ୍ରୀମଣ୍ଡଳକୁ ନେଇ କଣ ରଣନୀତି ପ୍ରସ୍ତୁତ କରାଯାଇଛି ତାହା ଜଣାପଡିନାହିଁ । ସୁଚନାଯୋଗ୍ୟ, ରବିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ରାଜ୍ୟରେ ତୃଣମୂଳ କଂଗ୍ରେସ କ୍ଷମତାକୁ ଫେରିଥିବାବେଳେ ନନ୍ଦିଗ୍ରାମ ଆସନରୁ ହାରିଯାଇଥିଲେ ଦଳର ମୁଖିଆ ମମତା ବାନାର୍ଜୀ । ୧୭୬୫ ଆସନରେ ମମତାଙ୍କୁ ହରାଇ ନନ୍ଦିଗ୍ରାମ ହାତେଇଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ତେବେ ବିଜୟ ପରେ ସରକାର ଗଠନର ଦାବି ପାଇଁ ଆଉ କିଛି ସମୟ ପରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟିବେ ମମତା ବାନାର୍ଜୀ । ସଂଧ୍ୟା ୭ଟାରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟି ସରକାର ଗଠନର ଦାବି ଜଣାଇବେ । ଏନେଇ ରାଜଭବନ ସୂତ୍ରରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *