ଅପରାଧରାଜ୍ୟ

ନାବାଳିକାକୁ ୧ ମାସଧରି ଗଣଦୁଷ୍କର୍ମ କରୁଥିଲେ ରାକ୍ଷସ !

ମାହାଙ୍ଗା  : ସାଲେପୁରରୁ ଏକ ଚାଞ୍ଚଲ୍ୟକର ଖବର ଆସିଛି । ସେଠାରେ ଜଣେ ନାବାଳିକାକୁ ୧ ମାସ ଧରି ନିର୍ଦ୍ଦୟ ଭାବେ ଗଣଦୁଷ୍କର୍ମ କରାଯାଇଛି । ନାବାଳିକାର ଘରକୁ ୫ ଜଣ ଲୋକ ଆସି ତାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ମାହାଙ୍ଗା ଥାନାରେ ପୀଡିତାଙ୍କ ବଡ ଭଉଣୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ଅଭିଯୋଗ ଆଧାରରେ ପୋଲିସ୍ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ଅଟକ ରଖି ତାଙ୍କୁ ଘଟଣା ସର୍ମ୍ପକରେ ଜେରା କରୁଛି । ପୀଡିତା ନାବାଳିକା ଜଣକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି । ଉକ୍ତ ୫ ଜଣ ନାବାଳିକାର ମା’ କୁ ଡରାଇ ଧମକାଇ ମାସେ କାଳ ଦୁଷ୍କର୍ମ କରିଥିବା ସୁଚନାରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *