ରାଜ୍ୟ

ପଡିରହିଲା ଶବ, ଅନେଇଲେନି ସମ୍ପର୍କୀୟ ଓ ଗାଁ ଲୋକ

ନୂଆପଡା : କରୋନା ରୂପ କେବଳ ଭୂତାଣୁରେ ସୀମିତ ନାହିଁ ବରଂ ସମ୍ପର୍କ ଆଗରେ କଣ୍ଟା ହୋଇ ଠିଆ ହୋଇଛ। ଏଭଳି ସ୍ଥିତି ହୋଇଛି ଯେ, ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ହାତ ପତାଇଲେ, ସହାନୁଭୁତି ତ ଦୂରର କଥା ବରଂ ଗୋଡ ଆଡେଇ ଚାଲିଯାଉଛି।  ବୋଧହୁଏ ଭୂତାଣୁ ଠାରୁ ଏହା ଅଧିକ ଭୟଙ୍କର କୁହାଯାଇପାର। କରୋନା ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଆହୁରି ଭୟଙ୍କର ହେବାରେ ଲାଗିଛିା ଆଉ ଶବ ଦେଖିବା ମାତ୍ର ଦୁରେଇଯିବା ଘଟଣା ଏହି ଭୟକୁ ଆହୁର ଦ୍ୱିଗୁଣିତ କରିଛି। ସେମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା।

ଶବ ଛୁଇଁ ନାହାନ୍ତି ଗାଁ ଲୋକେ। ସରପଞ୍ଚଙ୍କ ଉଦ୍ୟମରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ହେଲା ଶବ ସତ୍କାର।  ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ପଞ୍ଚାୟତରୁ ଆସିଛି ଏଭଳି ଖବର। ସୂଚନା ଅନୁସାରେ ପିଲି ନାଏକ ନାମକ ଜଣେ କରୋନା ଆକ୍ରାନ୍ତ ବୃଦ୍ଧଙ୍କର ଆଜି ସକାଳ ମୃତ୍ୟୁ ଘଟିଥିଲା। ସେ ଗତ କିଛି ଦିନ ଧରି ହୋମ ଆଇସୋଲେସନରେ ଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ଶବ ସତ୍କାର ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ସ୍ଥାନୀୟ ସରପଞ୍ଚ ଏ ସମ୍ପର୍କରେ ପ୍ରଥମେ ମେଡିକାଲ ଅଫିସର ଓ ପରେ କୋମନା ବିଡିଓଙ୍କୁ ଜଣାଇଥିଲେ କୋମନା ବିଡିଓ ୪ଟି ପିପିଇ କିଟ୍ ପଠାଇବା ପରେ ଏହାକୁ ପିନ୍ଧି ମୃତକଙ୍କ ସମ୍ପର୍କୀୟ ଶବ ସତ୍କାର କରିଥିଲେ।

ପଦ୍ମପୁର ଉପଖଣ୍ଡ ଜାମୁଟବାହାଲ ଗାଁରେ ବି ଦେଖିବାକୁ ମିଳିଥିଲା ଅନୁରୂପ ଚିତ୍ର। ଏହି ଗାଁର ବିନୋଦ ଠାକୁର ନାମକ ଜଣେ ୫୫ ବୟସ୍କ ବ୍ୟକ୍ତିଙ୍କର ଗତକାଲି ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ଶବ ସତ୍କାର କରିବାକୁ ଗାଁ ଲୋକେ ଭୟରେ ଆସିନଥିଲେ। ଫଳରେ ରାତିସାରା ଘରେ ମୃତଦେହ ପଡି ରହିଥିଲା। ଖବର ପାଇ ଆଜି ଗାଇସିଲଟ ବିଡିଓ ତହସିଲଦାର ଏବଂ ପୋଲିସ ପହଞ୍ଚି ଶବ ସତ୍କାର ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ଦେବଦତ୍ତ କ୍ଲବର କିଛି ସଦସ୍ୟଙ୍କ ସହଯୋଗରେ ଶବ ସତ୍କାର ହୋଇଥିଲା। ତେବେ ମୃତ ମୃତ ବିନୋଦ କୋଭିଡ୍ ଆକ୍ରାନ୍ତ ଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *