ରାଜ୍ୟ

ବାହାର ଜିଲ୍ଲାର ଲୋକଙ୍କ ପାଇଁ ବନ୍ଦ ହେଲା ପୁରୀ ସ୍ୱଗର୍ଦ୍ୱାର

ପୁରୀ: ଆଜିଠୁ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ ବନ୍ଦ ହୋଇଛି ପୁରୀ ସ୍ୱଗର୍ଦ୍ୱାର। ଏନେଇ ରବିବାର ଦିନ ଘୋଷଣା କରିଥିଲେ ଜିଲ୍ଲା ପ୍ରଶାସନ ।  ଦିନକୁ ଦିନ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ଏଭି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ପୁରୀକୁ ବିଭିନ୍ନ ଜିଲ୍ଲାରୁ ଲୋକ ଶବସତ୍କାର ପାଇଁ ଆସୁଥିବା ବେଳେ ପ୍ରଶାସନର ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ବିଶେଷକରି ମହୋଦଧିରେ ଅସ୍ଥି ବିସର୍ଜନ ଏବଂ ଶ୍ରାଦ୍ଧ କରିବା ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଥିବା ଦେଖିବାକୁ ମିଳିଛି। ହେଲେ ଏବେ ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି ।

କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଏନେଇ ଗତକାଲି ଉପଜିଲ୍ଲାପାଳ ଭବ ତାରଣ ସାହୁ ନିଜେ ସ୍ୱର୍ଗଦ୍ୱାର ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ସ୍ୱଗର୍ଦ୍ୱାରକୁ ଯେଉଁମାନେ ଶବ ସଂସ୍କାର ପାଇଁ ଆସୁଛନ୍ତି ତାଙ୍କ କାଗଜପତ୍ର ଯାଞ୍ଚ ହେବ। ଯଦି କୌଣସି ସନ୍ଦେହ ହୁଏ ତେବେ ସେନେଇ ତୁରନ୍ତ ପ୍ରଶାସନକୁ ଅବଗତ କରିବାକୁ ନିର୍ଦେଶ ଦିଆଯାଇଛି । ଏଥିସହ ଯଦି କେହି ସ୍ୱଗର୍ଦ୍ୱାରରେ କଟକଣା ମାନିବାକୁ ଅମଙ୍ଗ ହୁଅନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *