Uncategorized

ତନିସ୍କ ଉପସ୍ଥାପନ କରୁଛି “ରାଜାଧୀରାଜ’

ବ୍ରାଣ୍ଡ୍ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପେଣ୍ଡାଂଟ୍ ଓ ରିଙ୍ଗ୍ ବର୍ଗମାଳା ଉନ୍ମୋଚିତ

ଭୁବନେଶ୍ୱର,29th June,(Knews):  ଟାଟା ପକ୍ଷରୁ ଭାରତର ସର୍ବବୃହତ ଗହଣା ରିଟେଲ୍ ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦୈବିକ ମହିମାକୁ ପାଳନ କରିବା ଲାଗି ପବିତ୍ର ରଥଯାତ୍ରା ଅବସରରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାର ‘ରାଜାଧୀରାଜ’
ଉନ୍ମୋଚନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭୁବନେଶ୍ୱରର ଜୟଦେବବିହାର ସ୍ଥିତ ନନ୍ଦନକାନନ ରୋଡ୍‌ରେ ଥିବା ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ରେ ଏହି ସମ୍ଭାରକୁ ଚର୍ଚ୍ଚିତ ନାୟିକା ପ୍ରକୃତି ମିଶ୍ରଙ୍କ ସମେତ ଟାଇଟାନ୍ କଂପାନି ଲିମିଟେଡ୍‌ର ଆଂଚଳିକ ବ୍ୟବସାୟ ପ୍ରବନ୍ଧକ- ପୂର୍ବାଂଚଳ ଶ୍ରୀଯୁକ୍ତ ଆଲୋକ ରଂଜନ ଓ ଟାଇଟାନ୍ କଂପାନି ଲିମିଟେଡ୍‌ର ମହାପ୍ରବନ୍ଧକ-ମାର୍କେଟିଂ, ତନିସ୍କ ମିସ୍ ରଞ୍ଜନୀ କ୍ରିଷ୍ଣସ୍ୱାମୀଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଛି । ଗ୍ରାହକମାନଙ୍କ ଉତ୍ସବ ଖୁସିକୁ ବଢ଼ାଇବା ପାଇଁ ତନିସ୍କ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଅଫର୍ ମଧ୍ୟ ଘୋଷଣା କରାଯାଇଛି । ହୀରା ଗହଣା ମୂଲ୍ୟ ଓ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ତନିସ୍କ ପକ୍ଷରୁ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ଅଫର୍ ସାରା ଓଡ଼ିଶାରେ ଥିବା ସମସ୍ତ ତନିସ୍କ ଷ୍ଟୋର୍‌ରେ ବୈଧ ରହିଛି । ଅଫର୍ କେବଳ ସୀମିତ ସମୟ ପାଇଁ ବୈଧ ରହିବ । ବିଶିଷ୍ଟ କାରିଗର ଯେଉଁମାନେ ନିଜର ମନ ଓ ପ୍ରାଣ ଦେଇ ଏହି ଦୈବ
ଗହଣାଗୁଡ଼ିକର କାରିଗରୀ କରିଛନ୍ତି ସେମାନ ପ୍ରସ୍ତୁତ କରିଥିବା ପେଣ୍ଡାଂଟ୍ ଓ ରିଙ୍ଗ୍‌ର ଏକ ସ୍ୱତନ୍ତ୍ର ସମ୍ଭାର ଜରିଆରେ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ତନିସ୍କ ଲକ୍ଷ୍ୟ ରଖିଛି । ରାଜାଧୀରାଜ ଏକ ସମ୍ଭାର ଯାହା ପ୍ରଭୁଙ୍କ ଚକ୍ଷୁ ଯାହା ସର୍ବତ୍ର ବିଦ୍ୟାମାନ ଓ ଅସୀମ ଶକ୍ତି ଓ ଆଶିର୍ବାଦର ଅସରନ୍ତୀ ଉତ୍ସ ସେଥିରୁ ଅନୂପ୍ରାଣିତ । ଏହି ସୁନ୍ଦର ସମ୍ଭାରରେ ସାମିଲ ରହିଛି ପାରମ୍ପରିକ ଭାବ ସହ ଆଂଚଳିକ ଡିଜାଇନ୍ ର ମିଶ୍ରଣ ଯାହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚକ୍ଷୁ, ରଥଯାତ୍ରାର ସ୍ଥାପତ୍ୟ ଓ ତ୍ରିମୂର୍ତିଙ୍କଠାରୁ ପ୍ରେରଣା ହାସଲ କରିଛି । ଏହି ସମ୍ଭାର ହେଉଛି ଓଡ଼ିଶାର ଲୋକମାନଙ୍କ ପାଇଁ ଏକ ଶ୍ରଦ୍ଧା ଯେଉଁମାନଙ୍କ ଭାବ ଚିରନ୍ତନ, ଶକ୍ତି ସୀମାହୀନ ଓ ଅନ୍ୟ ଶହ ଶହଙ୍କ ପାଇଁ ଅସୀମିତ ସମ୍ଭାବନା ଖୋଲିବା ଲାଗି ଯେଉଁମାନେ ସର୍ବଦା ପ୍ରେରଣା ଯୋଗାଇଥାନ୍ତି । ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଟାଇଟାନ୍ କଂପାନି ଲିମିଟେଡ୍‌ର ଆଂଚଳିକ ବ୍ୟବସାୟ ପ୍ରବନ୍ଧକ-ପୂର୍ବାଂଚଳ ଶ୍ରୀଯୁକ୍ତ ଆଲୋକ ରଂଜନ କହିଛନ୍ତି ଯେ, “ପବିତ୍ର ରଥଯାତ୍ରା ଉତ୍ସବ ସବୁଠୁ ଶ୍ରଦ୍ଧେୟ ଉତ୍ସବ ଯାହାକୁ ଶ୍ରଦ୍ଧାଳୁମାନେ ପୁରାଣ ସମୟରୁ ପାଳନ କରୁଛନ୍ତି । ତିନି ବର୍ଷର ଶାନ୍ତ ପାଳନ ପରେ ଚଳିତ ବର୍ଷ ଆମେ ଏକତ୍ରୀତ ହୋଇ ଆମର ‘ରାଜାଧୀରାଜ’ ସମ୍ଭାର ଜରିଆରେ ଗ୍ରାହକ ଓ ସେମାନଙ୍କ ସୁବର୍ଣ୍ଣ ଭାବକୁ ପାଳନ କରିବୁ ଯାହା ସେମାନଙ୍କ ଅନ୍ତର ଭାବକୁ ଜାଗ୍ରତ କରିବ । ଏହି ସୁନ୍ଦର ସୁନା ଗହଣା ସମ୍ଭାର ଅନାଦି, ପ୍ରଭୁ ଜଗନ୍ନାଥ, ତାଙ୍କ ଦୈବୀ ଚକ୍ଷୁ ଦ୍ୱାରା ଅନୁପ୍ରାଣିତ ଯାହା ହେଉଛି ଚିରନ୍ତନ ଶକ୍ତି ଏବଂ ପ୍ରେରଣା ଓ ଦୃଢ଼ତାର ଉତ୍ସର ପ୍ରତୀକ । ଏହି ରଥଯାତ୍ରା ଉତ୍ସବରେ ନିଜ ଭିତରର ଶକ୍ତିକୁ ଜାଗ୍ରତ କରିବା, ନିଜର ବାସ୍ତବ ସମ୍ଭାବନାକୁ ଜାଣିବା ଏବଂ ଆଶା ଓ ଦୃଢ଼ତାର ଗହଣା ପରିଧାନ କରି ଘରକୁ ସମୃଦ୍ଧି ଆଣିବା ଲାଗି ଅମେ ଓଡ଼ିଶାର ଲୋକମାନଙ୍କୁ ଆହ୍ୱାନ ଦେଉଛୁ ।’’ ଏହି ନୂଆ ପେଣ୍ଡାଂଟ୍ ଓ ରିଙ୍ଗ୍‌ଗୁଡ଼ିକୁ ସୁରକ୍ଷା ଓ ଉତମ ସୌଭାଗ୍ୟର ଶକ୍ତିଶାଳୀ ପ୍ରତୀକ ଭାବେ ୨୨ କ୍ୟାରେଟ୍ ସୁନାରେ ପ୍ରସ୍ତୁତ କରାଯାଇଛି ଓ ତାହା ହେଉଛି ପବିତ୍ରତା ଓ ପରିଧାନର ଏକ ଉପଯୁକ୍ତ ସଙ୍କେତ । ତନିସ୍କ ପକ୍ଷରୁ ଆମେ ସମସ୍ତଙ୍କୁ ରଥଯାତ୍ରାର ଶୁଭକାମନା ପ୍ରଦାନ କରୁଛୁ ।’’

Leave a Reply

Your email address will not be published. Required fields are marked *