Uncategorized

ଡ୍ରିମ୍‌ଫକ୍ସ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବିର ମଂଜୁରି ହାସଲ

ଭୁବନେଶ୍ୱର,22nd May,(Knews):  ଭାରତ ସର୍ବବୃହତ ବିମାନବନ୍ଦର ସେବା ଏଗ୍ରିଗେଟର ସଂସ୍ଥା ଡ୍ରିମ୍‌ଫକ୍ସ ସର୍ଭିସେସ୍ ଲିମିଟେଡ୍ ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ମଂଜୁରି ହାସଲ କରିଛି । କଂପାନି ୨୧,୮୧୪,୨୦୦ ପର୍ଯ୍ୟନ୍ତର ଇକ୍ୱିଟି ସେୟାରକୁ ଏହି ଅଫରରେ ଜାରି କରିବାକୁ ଯୋଜନା ରଖିଛି । ଏହି ଆଇପିଓ ଜରିଆରେ ପ୍ରତିଷ୍ଠାତା ଓ ପ୍ରତିଷ୍ଠାତା ଗ୍ରୁପ୍‌ ଅଫର ଫର ସେଲ୍ ଜରିଆରେ ସେୟାର ବିକ୍ରି କରିବେ । ଆଇପିଓରେ ଜାରି କରାଯିବାକୁ ଥିବା ସେୟାର ହେଉଛି କଂପାନିର ୪୧.୭୫% ପେଡ୍‌-ଅପ୍‌ ଇକ୍ୱିଟି ସେୟାର । ଡ୍ରିମ୍‌ଫକ୍ସ ପକ୍ଷରୁ ଭାରତରେ ଥିବା ସବୁ କାର୍ଡ ନେଟ୍‌ୱର୍କ ଭିସା, ମାଷ୍ଟରକାର୍ଡ, ଡାଇନର୍ସ/ଡିସ୍‌କଭର ଓ ରୁପେ ଓ ପ୍ରମୁଖ କାର୍ଡ ପ୍ରଦାନକାରୀ ଯଥା ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ଓ ଏସ୍‌ବିଆଇ କାର୍ଡସକୁ ସେବା ପ୍ରଦାନ କରିବ । ଗ୍ରାହକଙ୍କୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ବିକ୍ରି କରିବାରେ ବ୍ୟାଙ୍କ ଓ କାର୍ଡ ନେଟ୍‌ୱର୍କ ମଧ୍ୟରେ ପ୍ରମୁଖ ସେତୁ ଭାବେ କାର୍ଯ୍ୟ କରୁଛି । ବ୍ୟାଙ୍କ ସହ ଲିଙ୍କ ହୋଇଥିବା କ୍ରେଡିଟ୍ ଓ ଡେବିଟ୍‌ କାର୍ଡ ଜରିଆରେ ବିମାନ ବନ୍ଦର ଓ ରେଳବାଇ ଲାଉଞ୍ଜ ହାସଲ କରିବାରେ ବ୍ୟବହାରକାରୀମାନଙ୍କୁ ଏହା ପ୍ରଯୁକ୍ତି ମଂଚ ପ୍ରଦାନ କରୁଛି । ବିଭିନ୍ନ ବିମାନବନ୍ଦର ଲାଉଞ୍ଜ ଅପରେଟର ଓ ଅନ୍ୟାନ୍ୟ ବିମାନବନ୍ଦର ସମ୍ପର୍କିତ ସେବା ପ୍ରଦାନକାରୀମାନଙ୍କ ସହ ହା କାର୍ଡ ନେଟୱର୍କ, କାର୍ଡ ଜାରି କରୁଥିବା ସଂସ୍ଥା ଓ କର୍ପୋରେଟ୍ କ୍ଲାଏଂଟ୍‌ମାନଙ୍କୁ ସମନ୍ୱିତ କରୁଛି । ୨୦୨୦ ଆର୍ଥିକ ବର୍ଷରେ ବିମାନ ବନ୍ଦର ଲାଉଞ୍ଜ ହାସଲ କରିବା କ୍ଷେତ୍ରରେ ଡ୍ରିମଫକ୍ସର ୯୫%ରୁ ଅଧିକ ବଜାର ଅଂଶ ରହିଛି । ଡ୍ରିମଫକ୍ସ ଦେଶରେ ସମଗ୍ର ୫୦ ଲାଉଞ୍ଜରେ ସେବା ପ୍ରଦାନ କରୁଛି ଯାହା ସ୍ଥାନୀୟ ଓ ଆନ୍ତର୍ଜାତିକ ବିମାନବନ୍ଦର ଟର୍ମିନାଲ୍‌ରେ ରହିଛି । ବିଭିନ୍ନ ସେବା ପ୍ରଦାନକାରୀମାନଙ୍କ ସହଯୋଗିତା ଜରିଆରେ ଏହା ଭାରତ ସମେତ ବିଶ୍ୱର ୧୨୧ଟି ରାଷ୍ଟ୍ରରେ ଏହାର ଉପସ୍ଥିତିକୁ ଜାହିର କରିପାରିଛି । କଂପାନି ଗ୍ରାହକମାନଙ୍କୁ ଲାଉଞ୍ଜ, ଖାଦ୍ୟ ଓ ପାନୀୟ, ସ୍ପାଟ୍‌, ସମ୍ମିଳନୀ ଓ ସହାୟତା, ବିମାନବନ୍ଦରରେ ପହଂଚାଇବା, ଟ୍ରାନ୍‌ଜିଟ୍ ହୋଟେଲ/ ନ୍ୟାପ୍ ରୁମ୍ ଓ ବ୍ୟାଗେଜ୍ ପହଂଚାଇବା ଭଳି ସେବା ପ୍ରଦାନ କରୁଛି । ଏହି ଆଇପିଓର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇକ୍ୱିରସ୍‌ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ୍‌ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ।

Leave a Reply

Your email address will not be published. Required fields are marked *