Uncategorized

କାନ୍‌ସ ରାଉଣ୍ଡ ଟେବୁଲ ବୈଠକରେ ଓଡିଶାକୁ ଗର୍ବିତ କରିଛନ୍ତି ନୀଳମାଧବ ପଣ୍ଡା

ଭୁବନେଶ୍ୱର,22nd May,(Knews):  ଚଳିତ ବର୍ଷ କାନ୍‌ସରେ ଏହି ସମ୍ମାନଜନକ ଚଳଚିତ୍ର ଉତ୍ସବରେ କଂଟ୍ରି ଅଫ୍ ଅନର୍ ଭାବେ ଆମ ସ୍ୱାଧୀନତାର ୭୫ତମ ବର୍ଷକୁ ପାଳନ କରିବା  ଏବଂ ଭାରତକୁ ବିଶ୍ୱରେ ଏକ ଚଳଚିତ୍ର ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବା ଲାଗି; ଗତ ମେ’ ୧୯ ତାରିଖରେ ଇଣ୍ଡିଆ ପାଭିଲିଅନରେ ‘ଫିଲ୍ମିଙ୍ଗ୍ ଇନ୍ ଇଣ୍ଡିଆ: ଏ ୱାର୍ଲ୍ଡ ଅଫ୍ ଅପର୍‌ଚ୍ୟୁନିଟିଜ୍‌’ ପ୍ରସଙ୍ଗ ଉପରେ ଏକ ରାଉଣ୍ଡ ଟେବୁଲ ବୈଠକ ଆୟୋଜିତ ହୋଇଛି । ପ୍ରଖ୍ୟାତ ଚଳଚିତ୍ର ନିର୍ମାତା ନୀଳମାଧବ ପଣ୍ଡା ଏହି ସମ୍ମାନଜନକ ରାଉଣ୍ଡ ଟେବୁଲ ବୈଠକରେ ଫ୍ରାଟର୍ନିଟିର ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଜଣେ ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇଛନ୍ତି । ନିଜ ବକ୍ତବ୍ୟରେ ସେ ଆମ ଦେଶରେ ସିନେମା ପାଇଁ ରହିଥିବା ଲୋକଙ୍କ ପ୍ରେମ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଅବସ୍ଥାନ ଦୃଷ୍ଟିରୁ ବିବିଧତା ସମ୍ପର୍କରେ ନିଜର ମତ ରଖିଛନ୍ତି,  କିଭଳି ଭୁବନେଶ୍ୱର ହ୍ୱାଇଟ୍ ସ୍ୟାଣ୍ଡ ବିଚ୍‌, ଜଙ୍ଗଲ ଓ ଅନ୍ୟାନ୍ୟ ପର୍ବତଗୁଡିକ ସହ ବିଭିନ୍ନ ସ୍ଥାନ ସହ ଅତି ଘନିଷ୍ଠ ଭାବେ ଜଡିତ ରହିଛି ତାହା ଉପରେ ସ୍ୱତନ୍ତ୍ର ଭାବେ ଆଲୋକପାତ କରିଛନ୍ତି । କାନ୍‌ସରେ ଆମ ଓଡିଶା ସମ୍ପର୍କରେ ଉଲ୍ଲେଖ କରାଯିବାର ଶୁଣିବା ଆମ ସମସ୍ତଙ୍କ ପାଇଁ ବାସ୍ତବରେ ଏକ ବର୍ଗର ବିଷୟ ଅଟେ ।ଏନ୍‌ଏଫ୍‌ଡିସି ଏମ୍‌ଡି ଶ୍ରୀ ରବିନ୍ଦର୍ ଭାକର୍ ଆନ୍ତର୍ଜାତୀୟ ଚଳଚିତ୍ର ନିର୍ମାତାମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ କିଭଳି ଫିଲ୍ମ ଫ୍ୟାସିଲିଟେଶନ ଅଫିସ୍ ବିଭିନ୍ନ ଯୋଜନାଗୁଡିକର ସୁଗମ କାର୍ଯ୍ୟକାରିତା ପାଇଁ ନ୍ୟାଶନାଲ ସିଙ୍ଗଲ୍ ୱିଣ୍ଡୋ ସ୍କିମ୍ ସହ ସହଭାଗିତା କରିବ ଏବଂ ଦେଶରେ ନୂଆ ସିନେମାଗୁଡିକୁ ଆରମ୍ଭ କରିବା ଲାଗି ପ୍ରୋତ୍ସାହନ ଓ ପ୍ରକ୍ରିୟାରେ ସହଜତା ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି ।ଶ୍ରୀଯୁକ୍ତ ରବି କୋଟ୍ଟାରକାର (ପ୍ରଯୋଜକ) କିଭଳି ଦେଶରେ ୫୦୦୦ରୁ ଅଧିକ ଚଳଚିତ୍ର ନିର୍ମାଣ କରାଯାଇଛି ଏବଂ କିଭଳି ପ୍ରତ୍ୟେକ ରାଜ୍ୟ ନିଜସ୍ୱ ଶୈଳୀରେ ସୁନ୍ଦର ଅଟନ୍ତି ଏବଂ ଭାରତରେ କିଭଳି ସ୍ଥାନ ପାଇଁ ଅନୁମତି ଓ ନୂଆ ଚଳଚିତ୍ର ସୁଟିଂ ଉପକରଣଗୁଡିକ ଉପଲବ୍ଧ ହେଉଛି ସେସମ୍ପର୍କରେ ସୂଚନା ଦେଇଛନ୍ତି ।ଶ୍ରୀଯୁକ୍ତ ସୌରଭ ବିଜୟ (ମହାରାଷ୍ଟ୍ର ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗର ସଚିବ) ମହାରାଷ୍ଟ୍ର ସରକାର ଶିଳ୍ପଗୁଡିକରୁ ସହଯୋଗ ସହିତ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପଗୁଡିକ ସମ୍ପର୍କରେ କହିଛନ୍ତି । ଭାରତର ଯୁଗ ଚଳଚିତ୍ର ଦୁନିଆରେ ପହଂଚିସାରିଛି । ଭାରତ ଅନେକ ବର୍ଷ ହେବ ବିଶ୍ୱର କଂଟେଂଟ୍ ହବ୍ ରହିଆସିଛି, ଅନେକ ବିବିଧ ଭାଷାରେ ଆମର ଅନେକ କଂଟେଂଟ୍‌କୁ ମନ୍ଥନ କରୁଛି । ଏବେ ଭାରତ ଭାରତରେ ନିର୍ମାଣ ହେଉଥିବା ଆନ୍ତର୍ଜାତୀୟ କଂଟେଂଟ୍ ପାଇଁ ହବ୍‌ରେ ପରିଣତ ହେବା ଲାଗି ପ୍ରସ୍ତୁତ ହୋଇଛି । ଏବେ ଫିଲ୍ମ ଇନ୍ ଇଣ୍ଡିଆର ସମୟ ଆସିଛି ।

Leave a Reply

Your email address will not be published. Required fields are marked *