Uncategorized

ଭାରତରେ ୱାନ୍‌ପ୍ଲସ୍ ୧୦ଆର୍ ୫ଜି ଉନ୍ମୋଚିତ

ଭୁବନେଶ୍ୱର,15th May,(Knews): ଗ୍ଲୋବାଲ ଟେକ୍ନୋଲୋଜି ବ୍ରାଣ୍ଡ ୱାନପ୍ଲସ୍ ପକ୍ଷରୁ ଆଜି ଭାରତରେ ୱାନ୍‌ପ୍ଲସ୍ ୧୦ଆର୍ ସ୍ମାର୍ଟଫୋନ୍ ଲଂଚ୍ କରାଯାଇଛି । ୱାନ୍‌ପ୍ଲସ୍ ୧୦ଆର୍ ଏକ ୱାନ୍‌ପ୍ଲସ୍ ସ୍ମାର୍ଟଫୋନ୍‌ରେ ଥିବା ଦ୍ରୁତତମ ୱାୟାର୍‌ଡ ଚାର୍ଜିଙ୍ଗ୍ ଏବଂ ଶିଳ୍ପର ଅନ୍ୟତମ ଦ୍ରୁତତମ ୱାୟାର୍‌ଡ ଚାର୍ଜିଙ୍ଗ୍ ଷ୍ଟାଣ୍ଡାର୍ଡ- ୧୫୦ୱାଟ୍ ସୁପର୍‌ଭିଓଓସି ଏଣ୍ଡୁରାନ୍ସ ଏଡିସନ ସହ ସୁସଜ୍ଜିତ ରହିଛି । ଏହି ସ୍ମାର୍ଟଫୋନ୍ କଷ୍ଟମାଇଜ୍‌ଡ ଓ ଏକ୍ସକ୍ଲୁସିଭ୍‌ମିଡିଆଟେକ୍ ଡାଇମେନ୍‌ସିଟି ୮୧୦୦-ମ୍ୟାକ୍ସ ଚିପ୍‌ସେଟ୍ ଦ୍ୱାରା ପରିଚାଳିତ ଏବଂ ଏଥିରେ ୬.୭ ଇଂଚ୍‌ର ୧୨୦ଏଚ୍‌ଜେଡ୍ ଫ୍ଲୁଇଡ୍ ଆମୋଲେଡ୍ ଡିସ୍‌ପ୍ଲେ ଓ ଅତ୍ୟାଧୁନିକ କୁଲିଙ୍ଗ୍ ସିଷ୍ଟମ ରହିଛି । ୱାନ୍‌ପ୍ଲସ୍ ଇଣ୍ଡିଆର ଇଣ୍ଡିଆ ରିଜନର ମୁଖ୍ୟ ଓ ଇଣ୍ଡିଆ ସିଇଓ ନବ୍‌ନିତ ନାକ୍ରା କହିଛନ୍ତି, ‘ଆମର ମିଡିଆଟେକ୍ ଡାଇମେନ୍‌ସିଟି ୮୧୦୦-ମ୍ୟାକ୍ସ ଚିପ୍‌ସେଟ୍ ସହ ମିଳିତ ଦ୍ରୁତତମ ଚାର୍ଜିଂ ଟେକ୍ନୋଲୋଜି, ଏକ ଉଚ୍ଚ ରିଫ୍ରେଶ୍ ରେଟ୍ ଡିସ୍‌ପ୍ଲେ ଓ ଏକ ଆଡ୍‌ଭାନ୍ସଡ୍ କୁଲିଙ୍ଗ୍ ସିଷ୍ଟମ ୱାନ୍‌ପ୍ଲସ୍‌
୧୦ଆର୍‌କୁ ବାସ୍ତବରେ ଅତୁଳନୀୟ ପ୍ରଦର୍ଶନ ପ୍ରଦାନ କରୁଛି ।’ ୧୫୦ୱାଟ୍ ସୁପର୍‌ଭିଓଓସି ଏଣ୍ଡୁରାନ୍ସ ଏଡିସନ ସହିତ ୱାନ୍‌ପ୍ଲସ୍ ୧୦ଆର୍ କେବଳ ୧୦ ମିନିଟ୍‌ର ଚାର୍ଜିଙ୍ଗ୍ ପରେ ଗୋଟିଏ ଦିନର ପାୱାର ପ୍ରଦାନ କରିଥାଏ ଏବଂ ଏହାର ୪୫୦୦ ଏମ୍‌ଏଏଚ୍ ବ୍ୟାଟେରୀ ୧୭ ମିନିଟ୍‌ରେ ୧ରୁ ୧୦୦% ରିଚାର୍ଜ ହୋଇପାରିଥାଏ । ୧୫୦ୱାଟ୍ ସୁପର୍‌ଭିଓଓସି ଏଣ୍ଡୁରାନ୍ସ ଏଡିସନ ସୁରକ୍ଷିତ ଫାଷ୍ଟ୍ ଚାର୍ଜିଙ୍ଗ୍ ପାଇଁ ଟିୟୁଭି ରେନ୍‌ଲ୍ୟାଣ୍ଡ ପ୍ରମାଣିତ ଅଟେ । ଏହା ସ୍ୱତନ୍ତ୍ର ବ୍ୟାଟେରୀ ହେଲ୍‌ଥ ଇଞ୍ଜିନ୍‌କୁ ସପୋର୍ଟ କରୁଛି ଯାହା ୱାନ୍‌ପ୍ଲସ୍ ୧୦ଆର୍‌ର ବ୍ୟାଟେରୀ କ୍ଷମତାକୁ ସଂରକ୍ଷିତ ରଖିବା ଓ ଜୀବନକାଳକୁ ବୃଦ୍ଧି କରିବା ଲାଗି ଡିଜାଇନ୍ ହୋଇଥିବା ଦୁଇଟି ମୁଖ୍ୟ ଟେକ୍ନୋଲୋଜି ସ୍ମାର୍ଟ ବ୍ୟାଟେରୀ ହେଲ୍‌ଥ ଆଲ୍‌ଗୋରିଦ୍‌ମ ଓ ବ୍ୟାଟେରୀ ହିଲିଙ୍ଗ୍‌ ଟେକ୍ନୋଲୋଜିକୁ ଶକ୍ତି ପ୍ରଦାନ କରୁଛି । ୧୫୦ୱାଟ୍ ସୁପର୍‌ଭିଓଓସି ଏଣ୍ଡୁରାନ୍ସ ଏଡିସନ ସହିତ ୱାନ୍‌ପ୍ଲସ୍ ୧୦ଆର୍ ଏକ କଷ୍ଟମାଇଜ୍‌ଡ ସ୍ମାର୍ଟ ଚାର୍ଜିଙ୍ଗ୍ ଚିପ୍‌ ଦ୍ୱାରା ସୁସଜ୍ଜିତ ରହିଛି । ଏହି ସ୍ମାର୍ଟଫୋନ୍ ଦୁଇଟି ଭାରିଆଂଟ୍ ୧୫୦ୱାଟ୍‌ ସୁପର୍‌ଭିଓଓସି ଏଣ୍ଡୁରାନ୍ସ ଏଡିସନ ଓ ୮୦ୱାଟ୍ ସୁପର୍‌ଭିଓଓସି ରେ ଆସୁଛି । ୮୦ୱାଟ୍‌ ସୁପର୍‌ଭିଓଓସି ସହ ୱାନ୍‌ପ୍ଲସ୍ ୧୦ଆର୍‌ରେ ଏକ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଛି ଯାହା ୩୨ ମିନିଟ୍‌ରେ ୧ରୁ ୧୦୦% ଚାର୍ଜ ହେଉଛି । ଏହି ସ୍ମାଟଫୋନ୍‌ରେ ୫୦ଏମ୍‌ପି ସୋନି ଆଇଏମ୍‌ଏକ୍ସ୭୬୬ ର ରିୟର ଟ୍ରିପଲ୍ କ୍ୟାମେରା ସିଷ୍ଟମ, ୮ଏମ୍‌ପି ଅଲ୍‌ଟ୍ରା- ୱାଇଡ୍ କ୍ୟାମେରା ସହ ୧୧୯ଂ ଫିଲ୍ଡ ଅଫ୍ ଭ୍ୟୁ, ୨ ଏମ୍‌ପି ମାକ୍ରୋ କ୍ୟାମେରା ଓ ୧୬ ଏମ୍‌ପିର ସେଲ୍‌ଫି କ୍ୟାମରୋ ରହିଛି । ଏହାର ପଛ କଭର୍‌ରେ ଏକ ନାନୋ-ଲେଭେଲ୍ ଡଟ୍‌ ମ୍ୟାଟ୍ରିକ୍ସ ଆରେଞ୍ଜମେଂଟ୍ ରହିଛି । ଏହି ସ୍ମାର୍ଟଫୋନ୍ ସିଏରା ବ୍ଲକ୍ ଓ ଫରେଷ୍ଟ ଗ୍ରୀନ୍ କଲର୍‌ରେ ଉପଲବ୍ଧ । ଏହା କେବଳ ୮.୧୭ ଏମ୍‌ଏମ୍ ପତଳା ଯାହା ଉନ୍ନତ ଗ୍ରିପ୍ ଓ ଆରାମ ଦେଉଛି । ୱାନ୍‌ପ୍ଲସ୍ ୧୦ଆର୍‌ରେ ଆଣ୍ଡ୍ରଏଡ୍ ଟିଏମ ୧୨ ଉପରେ ଆଧାରିତ ଅକ୍ସିଜେନ୍‌ଓଏସ୍ ୧୨.୧ ପ୍ରି-ଇନ୍‌ଷ୍ଟଲ ରହିଛି । ଏହି ଡିଭାଇସ୍ ୩ଟି ପ୍ରମୁଖ ଆଣ୍ଡ୍ରଏଡ୍ ଅପ୍‌ଡେଟ୍ ଓ ୪ ବର୍ଷର ସୁରକ୍ଷା ଅପ୍‌ଡେଟ୍ ଗ୍ରହଣ କରିବ । ୧୫୦ୱାଟ୍‌ ସୁପର୍‌ଭିଓଓସି ଏଣ୍ଡୁରାନ୍ସ ଏଡିସନ ସହିତ ୱାନ୍‌ପ୍ଲସ୍ ୧୦ଆର୍‌ର ମୂଲ୍ୟ ୪୩୯୯୯ ଟଙ୍କା ରହିଥିବା ବେଳେ ୱାନ୍‌ପ୍ଲସ୍ ୧୦ଆର୍ ୮୦ୱାଟ୍ ସୁପର୍‌ଭିଓଓସି ଏଡିସନର ମୂଲ୍ୟ ୩୮,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ୱାନ୍‌ପ୍ଲସ୍ ୧୦ଆର୍‌ର ସମସ୍ତ ଭାରିଆଂଟ୍ ୱାନ୍‌ପ୍ଲସ୍ ଡଟ୍‌ ଇନ୍‌, ୱାନ୍‌ପ୍ଲସ୍ ଷ୍ଟୋର୍ ଆପ୍‌, ଆମାଜନ୍ ଡଟ୍ ଇନ୍‌, ୱାନ୍‌ପ୍ଲସ୍ ଏକ୍ସକ୍ଲୁସିଭ୍‌ ଷ୍ଟୋର୍ ଓ ପାର୍ଟନର୍ ଆଉଟ୍‌ଲେଟ୍‌ଗୁଡିକରେ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *