Uncategorized

ଓଡ଼ିଶା ବ୍ୟବସାୟ ଜଗତର ଆଇକନ୍‌ମାନଙ୍କୁଉତ୍କଳ ଟାଇକୁନ୍‌ସ ଆୱାର୍ଡ୍‌ସ ପ୍ରଦାନ;

ଭୁବନେଶ୍ୱର ରନୱେ ୱିକ ସିଜନ୍‌-୬ରେପ୍ରତିଭାବାନ ଡିଜାଇନରଙ୍କ ଡିଜାଇନ୍‌ପ୍ରଦର୍ଶିତ

ଭୁବନେଶ୍ୱର,15th May,(Knews): ଉତ୍କଳ ଅପଡେଟ୍‌ସ ଆଣ୍ଡ୍ ଆଡିକ୍ସନ ଫେସନ୍‌ ମ୍ୟାନେଜମେଂଟ୍ ପକ୍ଷରୁ ଆଜି ୱେଲକମ୍ ହୋଟେଲ୍ ବାଏ ଆଇଟିସିରେ ଆୟୋଜନ କରାଯାଇଥିବା ଇପାରି ସଦାଶିବ ଜୁଏଲାରି ପ୍ରାୟୋଜିତ ଓଡ଼ିଶାର ସ୍ୱତନ୍ତ୍ର ପୁରସ୍କାର ସୋ’ରେ ଓଡ଼ିଶାର ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି । ବ୍ୟବସାୟ ଜଗତର ସଫଳ ଚେହେରାମାନଙ୍କୁ
ରାଜ୍ୟର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ନିମନ୍ତେ ସେମାନଙ୍କୁ ସମ୍ମାନିତ କରାଯାଇଛି । ସେମାନଙ୍କ ଯୋଗଦାନକୁ ମାନ୍ୟତା ଦିଆଯିବା ସହ ସେମାନଙ୍କୁ ପୁରସ୍କୃତ କରାଯାଇଛି । ଆୟୋଜକ ସୁଶ୍ରୀ ସଙ୍ଗୀତା ସାହୁ, ଜନ୍ ଅଜୟ, ଗୌରବ, ଶ୍ରୀଧର ଇପାରୀ ଓ
ସୁନିଲ ମୁରର୍‌କାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମ ଆରମ୍ଭ   ହୋଇଥିଲା । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଫ୍ରୋଜିଟ୍‌ର ନିର୍ଦେଶିକା ରଶ୍ମୀ ମହାପାତ୍ର, ଗାୟତ୍ରୀଦେବୀ ଗ୍ରୁପ୍‌ର ନିର୍ଦେଶିକା ନିରୂପମା ବିଶ୍ୱାଳ, ଇସ୍ପିରିଟ୍‌ ଟୟୋଟାର ନିର୍ଦେଶକ କବୀର ତନେଜା, ରିଅଲ ଇଷ୍ଟେଟ୍ ବ୍ୟବସାୟୀ ରତ୍ନମାଳା ସ୍ୱାଇଁ, ଇଣ୍ଡଲଜ୍ ଦି ସାଲୁନ୍‌ର ଏମ୍‌ଡି ସୁକୀର୍ତି ପଟ୍ଟନାୟକ, ମଦର୍ସ ପବ୍ଲିକ୍ ସ୍କୁଲର ଏମ୍‌ଡି ଶ୍ରୀଜିତ ପଟ୍ଟନାୟକ, ଇଭି ସ୍କୁଟରସ୍‌ର ସହ ପ୍ରତିଷ୍ଠାତା ଓ ଏମ୍‌ଡି ହର୍ଷବର୍ଦ୍ଧନ ଡିଡ୍‌ୱାନିଆ, ରାଜହଂସର ନିର୍ଦେଶକ ପ୍ରଦୀପ ପାନସାରି, ଓଡ଼ିଶା ହୋଟେଲ୍‌ର ଏମ୍‌ଡି ରାଜୀବ ସ୍ୱାଇଁ, ଏମ୍ବାସିର ଏମ୍‌ଡି ପୁଣ୍ୟ ପ୍ରକାଶ ପରିଡ଼ା ଓ ବିଗିଜ୍ ବର୍ଗର ପ୍ରତିଷ୍ଠାତା ବିରଜା ପ୍ରସାଦ ରାଉତଙ୍କୁ ଉତ୍କଳ ଟାଇକୁନ୍‌ସ ଆୱାର୍ଡସ୍ ପ୍ରଦାନ କରାଯାଇଛି ।ଓଡ଼ିଶାର ଫେସନ ଷ୍ଟେଟମେଂଟ୍‌କୁ ଉପର ସ୍ତରକୁ ନେବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିବା ଭୁବନେଶ୍ୱର ରନୱେ ସିଜନ ୬ରେ ବିଶିଷ୍ଟ ଡିଜାଇନ୍‌ରମାନେ ସେମାନଙ୍କ ଡିଜାଇନ୍‌କୁ ପ୍ରଦର୍ଶନ କରିଛନ୍ତି । ପ୍ର୍ରିୟା’ସ୍ (ପ୍ରିୟା ମହାପାତ୍ର), ଟାସା ୱିଙ୍ଗ୍‌ସ (ସିପ୍ରା ଦାସ), ଟିପି ଗାର୍ମେଂଟ୍‌ସ (ସାବିତ୍ରୀ ପାଣିଗ୍ରାହୀ), ଏଜେ ଫେସନ ରିଅଲ୍‌ମ (ସେଲିନା ଦାସଅନ) ଓ ରିମ୍‌ଲି ଡିଜାଇନ୍ ଷ୍ଟୁଡିଓ (ରିଲ୍‌ମି ଷ୍ଟୁଡିଓ) ଭଳି ବ୍ରାଣ୍ଡ୍ ଓ ଫେସନ ଡିଜାଇନର ଏଥିରେ ସାମିଲ ହୋଇଥିଲେ । ୩୦ ମଡେଲ୍ ସେମାନଙ୍କଡିଜାଇନ୍ କରାଯାଇଥିବା କଳାକୃତିକୁ ପ୍ରଦର୍ଶନ କରିଥିଲେ । ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଭୁମିକା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭୁବନେଶ୍ୱର ରନୱେ ୱିକ୍ସି ଜନ-୬ରେ ପ୍ରିୟା ମହାପାତ୍ରଙ୍କ ପ୍ର୍ରିୟାସ୍‌ ପକ୍ଷରୁ ହସ୍ତତନ୍ତ ସମ୍ଭାର “ଏକତ୍ର’କୁ ପ୍ରଦର୍ଶିତ କରାଯାଇଛି ଯାହା ହେଉଛି ସମ୍ବଲପୁରୀ ହସ୍ତତନ୍ତ ଓ ପିପିଲି ଚାନ୍ଦୁଆ କଳାର ସମିଶ୍ରଣ । ସେଲିନା ଡୋସନଙ୍କ ଏଜେ ଫେସନ୍ ରିଅଲମ୍ ପକ୍ଷରୁ ପ୍ରଜାପତି ଦ୍ୱାରା ଅନୁପ୍ରାଣିତ ଗ୍ରୀଷ୍ଣ
ସମ୍ଭାରକୁ ପ୍ରଦର୍ଶନ କରାଯାଇଛି । ସିପ୍ରା ଦାସଙ୍କ ଟାସା ୱିଙ୍ଗ୍ ଆଣିଥିଲା “ଫ୍ୟୁଜମ୍‌’ ନାମକ ସମ୍ଭାର ଯାହା ମହାଜଗତ ଦ୍ୱାରା ଅନୁପ୍ରାଣିତ ଯେଉଁଥିରେ ଉତ୍ସବ, ସନ୍ଧ୍ୟା ଆସର ଓ ବିବାହ ଋତୁ ପାଇଁ ସମ୍ଭ।।ର ରହିଛି । ରିମ୍‌ଲିର ଡିଜାଇନ୍ ଷ୍ଟୁଡିଓ ପକ୍ଷରୁ ବଧୂ ସମ୍ଭାର “ରୁହ୍‌’କୁ ପ୍ରଦର୍ଶିତ କରାଯାଇଛି । ଟିପି ଗାର୍ମେଂଟସ୍ ପକ୍ଷରୁୁ ଇଭିନିଂ ଗାଉନ୍ ସମ୍ଭାରକୁ ପ୍ରଦର୍ଶିତ କରାଯାଇଥିଲା । ଏହି ନେତୃତ୍ୱ କାର୍ଯ୍ୟକ୍ରମ ରାଜ୍ୟର ଡିଲରମାନଙ୍କୁ ସମଭାବାପନ ପେସାଦାରମାନଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପ୍ରଦାନ କରିଥିଲା । ସେହି ଲିଡରମାନେ ଭବିଷ୍ୟତର ଲିଡରମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା, ସେମାନଙ୍କ ଚିନ୍ତାଧାରା, ଅଭିଳାଷ ଓ ଲକ୍ଷ୍ୟକୁ ବୁଝିବାର ସୁଯୋଗ ପାଇଥିଲେ ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । ଏହି ଅବସରରେ ଅନ୍ୟ
ଅତିଥି ଓ ବିପୁଳ ସଂଖ୍ୟକ ଦର୍ଶକମାନେ ଉପସ୍ଥିତ ଥିଲେ ।Spread

Leave a Reply

Your email address will not be published. Required fields are marked *