Uncategorized

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ଯାନ୍ତ୍ରିକ ଉପକରଣ ଯୋଗାଇବ ଜେଏସପିଏଲ ଫାଉଣ୍ଡେସନ୍

ଭୁବନେଶ୍ୱର,11th May,(Bnews):

କୃଷି ଉତ୍ପାଦନ ଏବଂ କୃଷକଙ୍କ ଆୟ ବୃଦ୍ଧିରେ ସହାୟତା କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଓଡିଶା ଏବଂ ଛତିଶଗଡରେ ଜିନ୍ଦଲ କୃଷି ବିକାଶ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଫାଉଣ୍ଡେସନ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଯାନ୍ତ୍ରିକ କୃଷି ଉପକରଣ ସହାୟତା ପ୍ରଦାନ କରାଯିବ ।

“କୃଷି ଉତ୍ପାଦନ ବୃଦ୍ଧି ପାଇଁ ଯାନ୍ତ୍ରିକ ଉପକରଣର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ଆମ ଦେଶର ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର କୃଷକମାନେ ଆଧୁନିକ କୃଷି ଉପକରଣ ବ୍ୟଭର କରିବାକୁ ଆର୍ଥିକ ସକ୍ଷମ ନୁହଁନ୍ତି, ଯାହା ସେମାନଙ୍କର ଚାଷରୁ ଆୟ ଏବଂ ସାମଗ୍ରିକ ଜୀବନଶୈଳୀ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ | ଜେଏସପିଏଲ ଫାଉଣ୍ଡେସନର ଜିନ୍ଦଲ କୃଷି ବିକାଶ କାର୍ଯ୍ୟକ୍ରମରେ ଓଡିଶା ଓ ଛତିଶଗଡର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ଉପକରଣ ସହାୟତା ପ୍ରଦାନ ସେମାନଙ୍କ ବିକାଶରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି | ଏହା ଦ୍ଵାରା ସେମାନଙ୍କ ଶ୍ରମ କମ୍ ହେବ ସହିତ, କୃଷି ପାଇଁ ଖର୍ଚ୍ଚ କମ ହେବ ଏବଂ କୃଷି ଉତ୍ପାଦନ ବୃଦ୍ଧି କରିବ” ବୋଲି ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ, ଜେଏସପିଏଲ ଫାଉଣ୍ଡେସନ୍ ଦ୍ଵାରା ଯାନ୍ତ୍ରିକ କୃଷି ଉପକରଣ କ୍ରୟ କରାଯାଇ ଏବଂ ସ୍ଥାନୀୟ କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ଏଗ୍ରୋ ସେବା କେନ୍ଦ୍ର, କୃଷକ କ୍ଲବ୍, କୃଷକ କ୍ଲବ୍ ଫେଡେରେସନ୍, ଡେରୀ ସୋସାଇଟି, ଗ୍ରାମ ଜଳଛାୟା କମିଟି (ଭିଡବ୍ଲୁସି) ଭଳି କୃଷକ ସଂଗଠନଗୁଡ଼ିକୁ ହସ୍ତାନ୍ତରିତ କରାଯିବ । ବଡ ଓ ମାଧ୍ୟମ ଚାଷୀମାନଙ୍କ ଅପେକ୍ଷା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଅଗ୍ରାଧିକାର ଦେବା ପାଇଁ କୃଷକ ସଂଗଠନ ମାନେ ଜେଏସପିଏଲ୍ ଫାଉଣ୍ଡେସନ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିବେ । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସ୍ଥାନୀୟ କୃଷକ ସଂଗଠନଗୁଡ଼ିକୁ ସ୍ୱଳ୍ପ ଦେୟ ଦେଇ ଏହି ଯାନ୍ତ୍ରିକ କୃଷି ଉପକରଣକୁ ବ୍ୟବହାର କରିପାରିବେ । ଚାଷୀ ଦେଉଥିବା ଏହି ରାଶି ଯାନ୍ତ୍ରିକ ଉପକରଣର ରକ୍ଷଣାବେକ୍ଷଣ / ବଦଳାଇବା ପାଇଁ ବ୍ୟବହୃତ ହେବ |ଚୟନ କରାଯାଇଥିବା ସ୍ଥାନୀୟ କୃଷକ ସଂଗଠନ ସରକାର ଦେଉଥିବା ସବସିଡିକୁ ବାଦ ଦେଇ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଯାନ୍ତ୍ରିକ କୃଷି ଉପକରଣ ପାଇ ପାରିବେ । କୃଷି ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ଉପକରଣ ଯଥା ଟ୍ରାକ୍ଟର, ପାୱାର ଟିଲର, ରିପର୍, ପାୱାର ଚାଳିତ ସିଡ ଡ୍ରିଲ, ପାୱାର ୱିଡର, ପାୱାର ସ୍ପ୍ରେୟର, ପମ୍ପ ସେଟ – ୨ (5କେଭି / ୩ କେଭି, ଟୁଲ କିଟ / ମେସିନାରୀ ରୁମ ଇତ୍ୟାଦି ଉପକରଣ ଯୋଗାଇ ଦିଆଯିବ । ବିଭିନ୍ନ ସଂଗଠନ ପାଇଁ ସହାୟତା ମୂଲ୍ୟ ଭିନ୍ନ ହୋଇପାରେ ।  ଓଡ଼ିଶା ଏବଂ ଛତିଶଗଡର ଆଗ୍ରହୀ କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଅନୁରୋଧକୁ www.jsplfoundation.com ରେ ଉପଲବ୍ଧ ନିର୍ଦ୍ଦିଷ୍ଟ ଆବେଦନ ଫର୍ମରେ ୨୧ ମଇ ୨୦୨୨ ସୁଦ୍ଧା ପଠାଇବା ଆବଶ୍ୟକ |

Leave a Reply

Your email address will not be published. Required fields are marked *